କନକ ବ୍ୟୁରୋ: ନନ୍ଦନକାନନ ପାଚେରୀ ନିକଟରେ ୧୬ ଟିକିଆ ଜଙ୍ଗଲୀ ହାତୀ ପଲ । ପଛ ଗେଟ୍ ଦାରୁଠେଙ୍ଗ ଗାଁ ପାଖରେ ଏହି ହାତୀପଲ ରହିଥିବା ଦେଖିବାକୁ ମିଳିଛି । ନନ୍ଦନକାନନ ପଛପଟ ପାଚେରୀ କଡରେ ପାଣି ଜମି ରହିଥିବା ବେଳ ତା ନିକଟରେ ଥିବା ଚାଷ ଜମି ପାଖରେ ଏହି ହାତୀ ପଲ ରହିଛନ୍ତି । ମଙ୍ଗଳବାର ରାତିରେ ଏହି ହାତୀ ପଲ ଚନ୍ଦକା ଦେଇ ଚାଲି ଆସିଛନ୍ତି । ହାତୀ ପଲ ହାସିବା ନେଇ ଖବର ମିଳିବା ପର ବନ ବିଭାଗ ପହଞ୍ଚି ହାତୀ ପଲଙ୍କ ଉପରେ ନଜର ରଖିଛି । ବନବିଭାଗ ପକ୍ଷରୁ ଏହି ହାତୀ ସବୁ ଘଉଡାଇବାକୁ ଉଦ୍ୟମ ଜାରି ରହିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us