ଚାଷୀଙ୍କୁ ଘାରିଛି ହାତୀ ଚିନ୍ତା । ସୁବର୍ଣ୍ଣପୁରରେ ଏକର ଏକର ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ । ଘଉଡାଇବାକୁ ମଞ୍ଚାରେ ମଣିଷ ।

60

କନକ ବ୍ୟୁରୋ: ସୁବର୍ଣ୍ଣପୁର ଚାଷୀଙ୍କ ହାତୀ ଚିନ୍ତା । ଜଙ୍ଗଲ ଛାଡି ଏବେ ଚାଷ ଜମି ମୁହାଁ ହାତୀପଲ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ଫଳାଇଥିବା ଧାନ ଫସଲକୁ ଦଳି ଚକଟି ନଷ୍ଟ କରୁଛନ୍ତି ହାତୀପଲ । ଉଲୁଣ୍ଡା ରେଞ୍ଚ ଅଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ୨୫ ଟିକିଆ ହାତୀ ପୋଲ ଦୀପପାଲି, ସିଂପାଲି, କୁତମେଣ୍ଡା, ଝାରବାହାଲି, ହାତୀଲିମୁଣ୍ଡା, ଚଢ଼ଇପଙ୍କ, ବଘାରମୁଣ୍ଡା, ଦିପପାଲୀ, ପିପଲ କଟାରେ ବ୍ୟଆକ ଧାନ ଫଳସ ନଷ୍ଟ କରୁଛନ୍ତି । ବର୍ଷଯାକର ଆହାର ଖିନଭିନ୍ କରିଦେଇଛନ୍ତି ହାତୀ । ହାତୀପଲ ସଂଧ୍ୟା ହେଲେ ଧାନ ଖାଇବା ସହ ନଷ୍ଟ ବି କରୁଛନ୍ତି ।

ତଳେ ହାତୀ ମଂଚାରେ ମଣିଷ । ହାତୀଙ୍କ କବଳରୁ ଧାନ ଫସଲ ବଂଚାଇବା ପାଇଁ ଚାଷୀଙ୍କ କସରତ । ଏକର ଏକର ଧାନ ଫସଲ ନଷ୍ଟ କରୁଥିବା ହାତୀପଲଙ୍କୁ ଘଉଡେଇବା ପାଇଁ ବନବିଭାଗ କର୍ମଚାରୀ ଉଦ୍ୟମ କରୁଥିଲେ ବି କିଛି ଲାଭ ହେଉନାହିଁ । ଦିନରେ ଜଙ୍ଗଲକୁ ପଳାଉଥିବା ହାତୀ ପଲ ରାତି ହେଲେ ପୁଣି ଧାନ କ୍ଷେତକୁ ଚାଲି ଆସୁଛନ୍ତି । ତେଣୁ ହାତୀ ପାଦତଳୁ ଫସଲ ବଂଚାଇବା ପାଇଁ ଗଛ ଉପରେ ମଂଚା କରି ଜଗି ରହୁଛନ୍ତି ଚାଷୀ । ହାତୀକୁ ଘୋଉଡାଇବା ପାଇଁ ବନବିଭାଗ ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଏଲିଫେଣ୍ଟ ସ୍କ୍ୱାର୍ଡ ମଧ୍ୟ ଗଠନ ହୋଇଛି । ହେଲେ କିଛି ଫଳପ୍ରଦ ହେଉନି ।