ପୁରୀ ଜିଲ୍ଲା କଣାସ ଦିବ୍ୟସିଂହପୁରରେ ଜଙ୍ଗଲୀ ହାତୀର ଆତଙ୍କ । ପାଚିଲା ଧାନକୁ ଦଳି ଚକଟି ନଷ୍ଟ କରିଛି ହାତୀ । ଭୟରେ ଗାଁରେ ପଡ଼ୁଛି ତାଟି କବାଟ ।

Advertisment
ପୁରୀ ଜିଲ୍ଲା କଣାସ ଦିବ୍ୟସିଂହପୁରରେ ଜଙ୍ଗଲୀ ହାତୀର ଆତଙ୍କ । ପାଚିଲା ଧାନକୁ ଦଳି ଚକଟି ନଷ୍ଟ କରିଛି ହାତୀ । ଭୟରେ ଗାଁରେ ପଡ଼ୁଛି ତାଟି କବାଟ ।

କନକ ବ୍ୟୁରୋ: ପୁରୀ ଜିଲ୍ଲା କଣାସ ଦିବ୍ୟସିଂହପୁର ଅଞ୍ଚଳରେ ଜଙ୍ଗଲୀ ହାତୀର ଆତଙ୍କ । ପାଚିଲା ଧାନ ବିଲରେ ପଶି ଧାନ ଫସଲ ଦଳି ଚକଟି ନଷ୍ଟ କରି ଦେଇଛି ହାତୀ । ଭୟ ଭିତରେ ଅଛନ୍ତି ଚାଷୀ । ରାତିରେ ଆସି ହାତୀ ପଲ ବିଲରେ ପଶି ଧାନ ନଷ୍ଟ କରିଥିବା ଅଭିଯୋଗ ଆଣୁଛନ୍ତି ଚାଷୀ । ବିଲରେ ହାତୀ ପାଦ ଚିହ୍ନ ପଡ଼ିଥିବା କହିଛନ୍ତି ଗାଁଲୋକ । ନିକଟ ଜଙ୍ଗଲ ଭିତରେ ହାତୀ ପଲ ଲୁଚି ରହିଥିବା ଅନୁମାନ କରାଯାଉଛି । ଏପଟେ ହାତୀ ଭୟରେ ଗାଁ ଲୋକେ ସଂଧ୍ୟା ହେଲେ ଘରର ତାଟି କବାଟ ପକାଇଦେଉଛନ୍ତି । ହାତୀ ଘଉଡ଼ାଇବା ପାଇଁ ବନବିଭାଗକୁ ନିବେଦନ କରିଛନ୍ତି ଅଞ୍ଚଳବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe