ବରଗଡ଼ ପଦ୍ମପୁର ଅଂଚଳରେ ହାତୀ ଆତଙ୍କ : ଘର ଭାଙ୍ଗିବା ସହ ପନିପରିବା ଚାଷ ନଷ୍ଟ କରଛନ୍ତି ଦୁଇଟି ବଣୁଆ ହାତୀ

ପାଇକମାଳ ଅଂଚଳରେ ଭୟର ବାତାବରଣ, ସଂଧ୍ୟା ହେଲେ ଘରୁ ବାହାରୁନାହାନ୍ତି ଲୋକେ

147

କନକ ବ୍ୟୁରୋ : ବରଗଡ଼ ପଦ୍ମପୁର ଅଂଚଳରେ ହାତୀ ଆତଙ୍କ । ପଦ୍ମପୁର ଉପଖଣ୍ଡ ନୃସିଂହନାଥ ରେଂଜର ମିଠାପଲି ଅଂଚଳରେ ଆତଙ୍କ ଖେଳାଉଛନ୍ତି ହାତୀ । ଲୋକଙ୍କ ଧାନ ଜମିରେ ଫସଲ ନଷ୍ଟ କରିବା ସହ ପନିପରିବା ଚାଷ ମଧ୍ୟ କ୍ଷତି କରୁଛନ୍ତି । କିଛି ଦିନ ହେଲା ପାଇକମାଲ ଅଂଚଳରେ ଉପଦ୍ରବ କରୁଛନ୍ତି ହାତୀ । ଦୁଇ ଦିନ ପୂର୍ବରୁ ଭରୁଆମୁଣ୍ଡା ଗାଁରେ ଜଣଙ୍କ ଘର ଭାଙ୍ଗି ଦେଇଥିଲେ ଦୁଇଟି ହାତୀ । ଏହି ଦୁଇଟି ହାତୀ ପାଇକମାଳ ଅଂଚଳରେ ଉତ୍ପାତ କରୁଥିବା ବେଳେ ସଂଧ୍ୟା ହେଲେ ଭୟରେ ଘରୁ ବାହାରୁନାହାନ୍ତି ଲୋକେ ।