କନକ ବ୍ୟୁରୋ : କେନ୍ଦୁଝର ଘଟଗାଁ ବ୍ଲକ ଖମଳମୁଣ୍ଡ ସୌଭଗ୍ୟ ନଗର ଗାଁରେ ମଧ୍ୟ ପଶି ଆସିଲା ହାତୀ । ଆଉ ଭାଙ୍ଗିଲା ଘର ଦ୍ୱାର । ଏକ ଦନ୍ତା ହାତୀ ଗାଁ ଭିତରକୁ ଗତକାଲି ରାତିରେ ପଶି ଆସିଥିଲା । ହାତୀଟି ଦୀର୍ଘ ସମୟ ଧରି ଗାଁ ମଧ୍ୟରେ ଉତ୍ପାତ କରିଥିଲା । ଏହା ସହ କିଛି ଲୋକଙ୍କ ଘରଦ୍ୱାର ଭାଙ୍ଗି ଦେଇଥିବା ସୂଚନା ରହିଛି । ହାତୀଟି ଗାଁରେ ଥିବା ଲୋକଙ୍କ ବାଡି ବଗିଚାରେ ପଶି ପନିପରିବା ଖାଇବା ସହ ନଷ୍ଟ କରି ଦେଇଛି । ଖବର ପାଇ ବନ ବିଭାଗ କର୍ମଚାରୀ ଗାଁ ଲୋକଙ୍କ ସାହାଯ୍ୟରେ ହାତୀ ଘଉଡ଼ାଇଥିଲେ ।

Advertisment