କନକ ବ୍ୟୁରୋ: ଜଙ୍ଗଲୀ ବାରହାକୁ ସତର୍କ । ଲୋକଙ୍କୁ ସଚେତନ କରାଇବା ପାଇଁ ଗଛରେ ପୋଷ୍ଟର ମାରିଲା ବନ ବିଭାଗ । ଗତ କିଛିଦିନ ହେବ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଂଚଳରେ ଆତଙ୍କ ଖେଳାଇଛି ଜଙ୍ଗଲୀ ବାରହା । ବାରହା ଆକ୍ରମଣରେ ଅନେକ ଆହତ ବି ହେଲେଣି । ଏନେଇ ଜଙ୍ଗଲରେ ଗଛରେ ପୋଷ୍ଟର ମାରି ସଚେତନ କଲା ବନବିଭାଗ । ନିଜେ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଜଙ୍ଗଲରେ ବୁଲି ଗଛରେ ପୋଷ୍ଟର ମାରିଛନ୍ତି । ଜଙ୍ଗଲକୁ ଏକା ନଯିବା, ଜଙ୍ଗଲରେ ଏକା ନ ବୁଲିବା ପାଇଁ ପୋଷ୍ଟରରେ କୁହାଯାଇଛି ।

Advertisment

ସେହିପରି ରାତିରେ ଏକା ଗାଁ ଆଖପାଖ ଅଚଂଳରେ ନ ବୁଲିବା ପାଇଁ ପୋଷ୍ଟରରେ କୁହାଯାଇଛି । ରାତିରେ ବାହାରକୁ ଗଲେ ଟର୍ଚ୍ଚ ଲାଇଟ୍ ସହ ସୁରକ୍ଷା ପାଇଁ ଠେଙ୍ଗା, ବାଡି ରଖିବାକୁ ପରାମର୍ଶ ଦିଆଯାଇଛି । କୃଷ୍ଣପ୍ରସାଦ ବ୍ଲକରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଉଛି ବନବିଭାଗ ।