କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବତୀଘର, ରାମନଗର, ଖରିନାସି, ଜମ୍ବୁ. ସୁନିତି, ଗଗୁଆ ଏବଂ ଲାଂଜୁଡା ପଂଚାୟତର ବିଭିନ୍ନ ଅଂଚଳରେ ଜଙ୍ଗଲି ବାରହା ଆତଙ୍କ । ଦିନରେ ଜଙ୍ଗଲରେ ରହୁଥିବା ବାରହା ରାତିରେ ଦଳ ଦଳ ହୋଇ ଧାନ ବିଲରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତି । ଫସଲକୁ ବାରହା କବଳରୁ ସୁରକ୍ଷା ଦେବା ପାଇଁ ଚାଷୀ ବିଲ ହିଡରେ ମଂଚା ବାନ୍ଧି ଦିନ ରାତି ଜଗି ରହୁଛନ୍ତି । ଅନ୍ଧାର ବାରାହା ଆସିଲେ ଟିଣା ବାଡେଇବା ସହିତ ହୋହାଲ୍ଲା କରି ଘଉଡେଇବା ପାଇଁ ଚେଷ୍ଟା କରୁଛନ୍ତି ।ମହାକାଳପଡା ବ୍ଲକ ଗହୀରମଥା ବନ୍ୟଜୀବ ବନାଂଚଳରେ ବାରାହା ଉତ୍ପାତ କରୁଛନ୍ତି ।

Advertisment

ଧାନ ସହ ପନିପରିବା ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ବନ ବିଭାଗ ପକ୍ଷରୁ ଲୁଣା ଜଙ୍ଗଲ କଡରେ ତାର ଜାଲିର ସୁରକ୍ଷା ପ୍ରାଚିର ନିର୍ମାଣ କରଯାଇଛି । ହେଲେ ଅନେକ ସ୍ଥାନରେ ତାର ଜାଲି ଭାଙ୍ଗି ଯାଇଥିବାରୁ ବାରହା ଉପଦ୍ରବରୁ ଚାଷୀଙ୍କୁ ସୁରକ୍ଷା ମିଳୁନଥିବା ଅଭିଯୋଗ ହୋଇଛି ।

ବାରାହା ଦ୍ୱାରା ନଷ୍ଟ ହେଉଥିବା ଫସଲ ଜମିର ଫଟୋ ଅନୁକମ୍ପା ଆପରେ ଡାଉନଲୋଡ୍ କରାଯାଉଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।