ଜଙ୍ଗଲ ରାସ୍ତାରେ ବାଘୁଆ ମହୁମାଛି ଆତଙ୍କ । ୨ ଛାତ୍ରଙ୍କ ସମେତ ୭ ଜଣ ଗୁରୁତର ।

288

କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ବର୍ତନା ଜଙ୍ଗଲ ରାସ୍ତାରେ ବାଘୁଆ ମହୁମାଛି ଆତଙ୍କ । ରାସ୍ତାରେ ଯାଉଥିବା ଲୋକଙ୍କୁ ବାଘୁଆ ମହୁମାଛି ଗୋଡେଇ ଗୋଡେଇ କାମୁଡିଛି । ବାଘୁଆ ମହୁମାଛି କାମୁଡାରେ ୨ ଜଣ ସ୍କୁଲ ଛାତ୍ରଙ୍କ ସମେତ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିବା ବେଳେ ୨ ଜଣ ଏବେ ବି ମେଡିକାଲରେ ରହି ଚିକିତ୍ସିତ ହେଉଛନ୍ତି । ଆଜି ସକାଳ ସାଢେ ୯ଟାରେ ହଠାତ୍ ବାଘୁଆ ମହୁମାଛି ଦଳ ଦଳ ହୋଇ ରାସ୍ତାରେ ଯାଉଥିବା ଲୋକଙ୍କୁ ଆକ୍ରମଣ କରିଥିଲେ । ମହୁମାଛି ଆକ୍ରମଣ କରୁଥିବା ଖବର ପାଇବା ପରେ କିଛି ସମୟ ପାଇଁ ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।