କନକ ବ୍ୟୁରୋ : ଉମରକୋଟ ଅଂଚଳରେ ଜନବସତି ଆଡକୁ ପଶିଲା ଆସିଲା ଭାଲୁ । କିଛି ଦିନର ବ୍ୟବଧାନ ପରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳରେ ପୁଣି ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ଉମରକୋଟ ବ୍ଳକ ମୁର୍ତୁମା ନିକଟ ଶାଳବଣ ନିକଟରେ ଦୁଇଟି ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା ।

Advertisment

ପରେ ଭାଲୁ ଦୁଇଟି ମକା କ୍ଷେତ ଦେଇ ପାଖରେ ଥିବା ଏକ ପୋଖରୀ ନିକଟକୁ ଯାଇଥିଲେ । ପରେ ସ୍ଥାନୀୟ କିଛି ଯୁବକ ନିଆଁ ହୁଳା ଦେଖାଇ ଭାଲୁକୁ ଜଙ୍ଗଲ ଭିତରକୁ ତଡ଼ି ଦେଇଥିଲେ । ଗତ ୨୩ ତାରିଖରେ ଉମରକୋଟ ନାୟକ ଗୁଡ଼ା ଗ୍ରାମରେ ଏକ ନିମ୍ବ ଗଛରେ ଚଢ଼ି ଦୁଇ ଦିନ ଯାଏଁ ଗଛରେ ରହିଥିଲା ଭାଲୁ । ବନ ବିଭାଗ ଟ୍ରାଙ୍କୁଲାଇଜର ଦେଇ ଭାଲୁକୁ ଉଦ୍ଧାର କରିଥିଲେ ।