ଭାରତରେ ଗଠନ ହୋଇସାରିଛି ISISର ନୂଆ ଶାଖା । ଦାବି କଲା ଦୁର୍ଦ୍ଧଷ ଆତଙ୍କବାଦୀ ସଙ୍ଗଠନ ISIS

442

ଦୁର୍ଦ୍ଧଷ ତଥା ନୃଂଶସ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ ଭାରତରେ ନିଜର ଏକ ଶାଖା ସ୍ଥାପିତ କରିବାରେ ସଫଳ ହୋଇଥିବା ଦାବି କରିଛି । ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଏଭଳି ଦାବି କରିଛି ଆଇଏସଆଇଏସ । ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟ ସମୟରେ ଜଣେ ଆତଙ୍କବାଦୀ ନିପାତ ହୋଇଥିଲା । ଯାହାର ସର୍ମ୍ପକ ଆଇଏସଆଇଏସ ଗ୍ରୁପ ସହ ଥିବା ଜଣା ପଡିଛି ।

ଆଇଏସଆଇଏସ ନିଜର ଭାରତରେ ଯେଉଁ ନୂଆ ଶାଖା ସ୍ଥାପିତ କରିଛି ତାହାର ନାଁ ରହିଛି ୱିଲାହା ଅଫ୍ ହିନ୍ଦ୍ । ଯେଉଁ ଗ୍ରୁପ ଅମିଶପୋରାରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିଥିବା ଦାବି କରିଛନ୍ତି । କିନ୍ତୁ ଏଭଳି ଦାବିକୁ ପୋଲିସ ପକ୍ଷରୁ ଖଣ୍ଡନ କରାଯାଇଛି । ତେବେ ଆଇଏସ ଗ୍ରୁପର ଅହମ୍ମଦ ସୋଫି ନାମକ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ ହୋଇଥିବା ସ୍ପଷ୍ଟ ହୋଇଛି ।

ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀ ସୋଫି ଗତ ଏକ ଦଶନ୍ଧିଧରି ବିଭିନ୍ନ ଆତଙ୍କବାଦୀ ସଙ୍ଗଠନ ପାଇଁ କାମ କରୁଥିଲା । କିନ୍ତୁ କିଛି ଦିନ ପୂର୍ବେ ସେ ଆଇଏସରେ ସାମିଲ ହୋଇଥିଲା । ଘାଟିରେ ସୁରକ୍ଷାକର୍ମୀ, ପୋଲିସ ଓ ସେନା ଉପରକୁ ଅନେକ ଥର ସୋଫି ଗ୍ରେନେଡ ଆକ୍ରମଣ କରିଥିବା ଜଣାପଡିଛି । ସେନା ପକ୍ଷରୁ କୁହାଯାଇଛି ଯେ, କାଶ୍ମୀରରେ ସୋଫି ଏକମାତ୍ର ଆତଙ୍କବାଦୀ ଥିଲା ଯିଏ ଆଇଏସ ସହ ସର୍ମ୍ପକରେ ଥିଲା ।