ପୁରୀ ଷ୍ଟେସନ ହେଲା ୱାଇଫାଇ : ଯାତ୍ରୀ ପାଇବେ ନିଃଶୁଳ୍କ ଇଂଟରନେଟ ସେବା

30

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ଭୁବନେଶ୍ୱର ପରେ ପୁରୀ ରେଳ ଷ୍ଟେସନ ହେଲା ୱାଇଫାଇ । ଫଳରେ ନିଃଶୁଳ୍କ ହାଇସ୍ପିଡ ଇଂଟରନେଟ ସେବା ପାଇପାରିବେ ଯାତ୍ରୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମରେ ଦେଶର ୧୦୦ଟି ରେଳ ଷ୍ଟେସନକୁ ୱାଇଫାଇ ସଂଯୋଗ ପାଇଁ ପ୍ରସ୍ତାବ ରହିଥିଲା । ଗତ ଏପ୍ରିଲ ୧୭ରେ ଭୁବନେଶ୍ୱର ରେଳ ଷ୍ଟେସନରେ ୱାଇଫାଇ ସେବାର ଶୁଭାରମ୍ଭ ସମୟରେ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ରଥ ଯାତ୍ରା ପୂର୍ବରୁ ପୁରୀରେ ୱାଇଫାଇ ସେବା ଯେଗାଇ ଦେବାକୁ ଘୋଷଣା କରିଥିଲେ । ସେହି କ୍ରମରେ ପୁରୀ ରେଳ ଷ୍ଟେସନରେ ୱାଇଫାଇ ସେବାର ଆରମ୍ଭ କରାଯାଇଛି । ପରେ କଟକ ଷ୍ଟେସନରେ ମଧ୍ୟ ୱାଇଫାଇ ସେବା ଯୋଗାଇ ଦିଆଯିବ ।