କନକ ବ୍ୟୁରୋ : ସ୍ତ୍ରୀ ସାଜିଲା ପୋଲିସର ଗୁପ୍ତଚର । ସ୍ତ୍ରୀର ସୂଚନା ଆଧାରରେ ସ୍ୱାମୀକୁ ଧରିବାରେ ସଫଳ ହୋଇଛି ପୋଲିସ । ଏପରିକି ସ୍ୱାମୀ ନିକଟରୁ ଏକ ବନ୍ଧୁକ ଜବତ ହୋଇଛି । ସବୁଦିନ ମଦ ପିଇ ସ୍ତ୍ରୀକୁ ମାରପିଟ କରୁଥିଲା ସ୍ୱାମୀ । ପ୍ରତିଶୋଧ ନେବାକୁ ଯାଇ ସ୍ତ୍ରୀ ପୋଲିସର ଗୁପ୍ତଚର ସାଜି ନୟାପଲ୍ଲୀ ଥାନା ପୋଲିସକୁ ସ୍ୱାମୀ ବାବଦରେ ସୂଚନା ଦେଇଥିଲା । ଆଉ ସ୍ତ୍ରୀର ସୂଚନା ଆଧାରରେ କଂଟ୍ରାକ୍ଟର ସ୍ୱାମୀକୁ ନୟାପଲ୍ଲୀ ପୋଲିସ ଗିରଫ କରିବା ସହ ବେଆଇନ ଭାବେ ରଖିଥିବା ଏକ ପିସ୍ତଲକୁ ଜବତ କରିଛି ।

Advertisment