ପଞ୍ଚାୟତ ଅଦାଲତରେ ତିନ୍ ତଲାକ ଦେଲେ ସ୍ୱାମୀ, ରାଗରେ ସମସ୍ତଙ୍କ ସାମ୍ନାରେ ଶକ୍ତ ଚାପୁଡା ମାରିଲେ ସ୍ତ୍ରୀ । 

Advertisment
ପଞ୍ଚାୟତ ଅଦାଲତରେ ତିନ୍ ତଲାକ ଦେଲେ ସ୍ୱାମୀ, ରାଗରେ ସମସ୍ତଙ୍କ ସାମ୍ନାରେ ଶକ୍ତ ଚାପୁଡା ମାରିଲେ ସ୍ତ୍ରୀ । 

ତିନ୍ ତଲାକ୍ ଦେଇଥିବା ସ୍ୱାମୀଙ୍କୁ ବିହାରର ଏକ ପଞ୍ଚାୟତ ଅଦାଲତରେ ତାଙ୍କ ପତ୍ନୀ ଚଟକଣା ମାରିଛନ୍ତି। ଶୁକ୍ରବାର ଦିନ ମୁଜାଫରପୁର ଜିଲ୍ଲା ଅନ୍ତର୍ଗତ ସରୈୟା ବ୍ଲକରେ ଏଇ ଘଟଣାଟି ଘଟିଛି।ଦମ୍ପତି ମହମ୍ମଦ ଦୁଲାରେ ଏବଂ ସୋନି ଖାତୂନ୍ ୨୦୧୪ରେ ପ୍ରେମ ବିବାହ କରିଥିଲେ। କିନ୍ତୁ, ଖୁବ୍ ଶୀଘ୍ର ସେମାନଙ୍କ ସମ୍ପର୍କରେ ମନୋମାଳିନ୍ୟ ଉପୁଜିଥିଲା।

ମାମଲା ପଞ୍ଚାୟତ ଅଦାଲତରେ ପଡ଼ିବା ପରେ ଦୁହିଁଙ୍କ ମଧ୍ୟରେ ଉପୁଜି ଥିବା ସମସ୍ୟା ସବୁର ସମାଧାନ ନିମନ୍ତେ ଗାଁ ମୁଖିଆ ସଭା ଡାକିଲେ। ପଞ୍ଚାୟତ ରାୟ ଶୁଣାଇବା ସମୟରେ ଦୁଲେରା ଉଠିପଡ଼ି ପତ୍ନୀଙ୍କୁ ତିନ୍ ତଲାକ୍ ଦେଇ ଦେଲେ।

publive-imageଏଥିରେ ପ୍ରତିକ୍ରିୟାଶୀଳ ହୋଇ ଖାତୂନ ଅନ୍ୟନ୍ତ ରାଗି ଯାଇ ପଞ୍ଚାୟତ ସମ୍ମୁଖରେ ସ୍ୱାମୀଙ୍କୁ ଚଟକଣା ମାରିଲେ। ସ୍ୱାମୀସ୍ତ୍ରୀଙ୍କ ମାଡ଼ଗୋଳ ରୋକିବାକୁ ଗ୍ରାମବାସୀଙ୍କୁ ହସ୍ତକ୍ଷେପ କରିଥିଲେ। ସେଠାରେ ଜମା ହୋଇଥିବା କେତେକ ଲୋକ ସେ ଦୃଶ୍ୟର ଭିଡିଓ ରେକର୍ଡ କରିଥିଲେ, ଏବଂ ସେ ଭିଡିଓ ସବୁ ଇଣ୍ଟରନେଟରେ ପ୍ରସାରିତ ହୋଇଥିଲା।

ସରୈୟାରେ ମୋବାଇଲ୍ ଫୋନ୍ ଦୋକାନ ଖୋଲିଥିବା ଦୁଲାରେ ୨୦୧୪ରେ ଖାତୂନଙ୍କୁ ବିବାହ କରିଥିଲେ। ଦୁହେଁ ଗୋଟିଏ ରାତି ପାଇଁ ନିରୁର୍ଦ୍ଦିଷ୍ଟ ହୋଇ ଯିବା ପରେ ଉଭୟଙ୍କର ପରିବାର ଲୋକେ ସେମାନଙ୍କ ବିବାହ ପ୍ରସ୍ତାବରେ ସମ୍ମତି ଦେଇଥିଲେ। କିନ୍ତୁ, ସମୟ ଗଡ଼ିଚାଲିବା ପରେ ପରସ୍ପର ମଧ୍ୟରେ ବିଭେଦ ବଢ଼ି ଚାଲିଲା। ଦୁଲାରେ ଖାତୂନଙ୍କୁ ଛାଡ଼ି ଅନ୍ୟ ଜଣେ ମହିଳାଙ୍କୁ ବିବାହ କଲା। ଖାତୂନଙ୍କ ପରିବାର ଲୋକେ ଏ କଥା ଜାଣି ଥାନାରେ ଏଫଆଇଆର୍ ଦେଲେ। ଏ ପର‌୍ୟ୍ୟନ୍ତ ଏହି ଘଟନାରେ ଚାରିଟି ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe