ବର୍ଷେ ତଳେ ସହିଦ୍ ସ୍ୱାମୀଙ୍କୁ ବିଦାୟ ଦେଇ ପୁରା ଦେଶକୁ କନ୍ଦାଇଥିଲେ ବୀରାଙ୍ଗନା , ଆଜି ସେନାରେ ଭର୍ତ୍ତି ହେବାକୁ କରୁଛନ୍ତି ପ୍ରସ୍ତୁତି 

717

ଗତବର୍ଷ ଆଜିର ଦିନରେ ଭାରତମାତାର ଜଣେ ବୀର ସନ୍ତାନ ବୀରଗତି ପ୍ରାପ୍ତ କରିଥିଲେ । ଏହାଠାରୁ ଅଧିକ ଦୁଃଖଦାୟକ ଥିଲା ତାଙ୍କ ସାହସୀ ପତ୍ନୀଙ୍କ ବକ୍ତବ୍ୟ । ମନରେ ବେଦନାର ପାହାଡ , ଆଖିରେ ଅଶ୍ରୁର ଜୁଆର ଥାଇ ବି ସେ ସ୍ୱାମୀଙ୍କୁ ସଲାମ୍ କରି ଆଇ ଲଭ୍ ୟୁ କହି ବିଦାୟ ଦେଇଥିଲେ । ବର୍ଷେ ତଳେ ଆଜିର ଦିନରେ ହିଁ ଆତଙ୍କବାଦୀଙ୍କ ସହ ଲଢେଇ କରୁ କରୁ ଦେଶ ପାଇଁ ଜୀବନ ଦେଇଥିଲେ ମେଜର୍ ବିଭୁତି ଶଙ୍କର ଢୋଣ୍ଡିିୱାଲ୍ ।

ଶେଷ ବିଦାୟ ସମୟରେ ତାଙ୍କ ପତ୍ନୀ ନିକିତା କୌଲଙ୍କ ବକ୍ତବ୍ୟ ସେତେବେଳେ ସାରା ଦେଶର ଆଖିରେ ଲୁହ ଆଣିଦେଇଥିଲା । ବିବାହର ମାତ୍ର ୧୦ ମାସ ଭିତରେ ସ୍ୱାମୀଙ୍କୁ ହରାଇବା କେତେ କଷ୍ଟ ତାହା ସେହି ଗୋଟିଏ ଭିଡିଓରୁ ଜଣାପଡିଥିଲା ଯେଉଁଥିରେ ବୀର ଯବାନଙ୍କ ବୀର ପତ୍ନୀ କହୁଥିଲେ , “ତୁମକୁ ସଲାମ୍ ବିଭୁ , ଘର କଥା ନିଜ କଥା ତୁମେ ଚିନ୍ତା ନକରି ଦେଶ ପାଇଁ ଜୀବନକୁ ସମର୍ପର୍ଣ କଲ । ତୁମର ଏହି ବଳିଦାନ ପାଇଁ ମୁଁ ଗର୍ବିତ , ଆଇ ଲଭ୍ ୟୁ ।”

ତେବେ ବର୍ଷେ ପରେ କିଭଳି ରହିଛି ନିକିତାଙ୍କ ଜୀବନ । ସ୍ୱାମୀଙ୍କୁ ହରାଇ ସାହସୀ ସ୍ତ୍ରୀ କ’ଣ କେବେ ଚୁପ୍ ବସିପାରେ । ପ୍ରତିଶୋଧ ନେବା ପାଇଁ ପ୍ରସ୍ତୁତି କରୁଛନ୍ତି ସହିଦ୍ ମେଜର୍ ବିଭୁତି ଶଙ୍କର ଢୋଡିୟାଲଙ୍କ ପତ୍ନୀ ନିକିତା । ସେନାରେ ଯୋଗ ଦେବାକୁ ଘରୁ ଗୋଡ଼ କାଢିବେ ନିକିତା । ସ୍ୱାମୀଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବେନାହିଁ ।

ଏଥିପାଇଁ ସବୁ ପରୀକ୍ଷା ଏବଂ ସାକ୍ଷାତକାରରେ ପାସ୍ କରି କେବଳ ମ୍ୟାରିଟ୍ ତାଲିକାକୁ ଚାହିଁରହିଛନ୍ତି ଏହି ସାହସୀ ମହିଳା । ଫେବୃୟାରୀ ୧୮ , ୨୦୧୯ ପୁଲୱାମାର ପିଙ୍ଗଲିନା ଗାଁରେ ଆତଙ୍କୀଙ୍କ ସହ ଏନକାଉଣ୍ଟର ସମୟରେ ସହିଦ୍ ହୋଇଥିଲେ ମେଜର୍ ବିଭୁତି ଢୋଡିୟାଲ । ସହିଦ୍ ମେଜର୍ ବିଭୁତି ଢୋଡିୟାଲଙ୍କୁ ମରଣୋପରାନ୍ତ ସୋର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଥିଲା ।