ଗଣତନ୍ତ୍ରରେ ମହିଳାଙ୍କ ଭାଗିଦାରିକୁ ସୁନିଶ୍ଚିତ କରିବାକୁ ବିଜେପିର ଆଉଏକ ନିଦର୍ଶନ । ପଶ୍ଚିମବଙ୍ଗ ସାଲତୋରା ବିଧାନସଭାରୁ ଦିନମଜୁରୀଆର ସ୍ତ୍ରୀଙ୍କୁ ପ୍ରାର୍ଥୀ କଲା ବିଜେପି

Advertisment
ଗଣତନ୍ତ୍ରରେ ମହିଳାଙ୍କ ଭାଗିଦାରିକୁ ସୁନିଶ୍ଚିତ କରିବାକୁ ବିଜେପିର ଆଉଏକ ନିଦର୍ଶନ । ପଶ୍ଚିମବଙ୍ଗ ସାଲତୋରା ବିଧାନସଭାରୁ ଦିନମଜୁରୀଆର ସ୍ତ୍ରୀଙ୍କୁ ପ୍ରାର୍ଥୀ କଲା ବିଜେପି

କନକ ବ୍ୟୁରୋ : ମହିଳା ଆଗେଇଲେ ଦେଶ ଆଗେଇବ । ଗଣତନ୍ତ୍ରରେ ମହିଳାଙ୍କ ଭାଗିଦାରି ବଢିଲେ ଦେଶରେ ମହିଳାମାନେ ଅଧିକ ସୁରକ୍ଷିତ ହୋଇପାରିବେ । ଏକଥା ସବୁ ରାଜନୈତିକ ଦଳମାନେ ନିଜର ନିର୍ବାଚନୀ ଇସ୍ତାହାରରେ ପ୍ରତିଶୃତି ଦେଉଥିବା ବେଳେ ପଶ୍ଚିମବଙ୍ଗ ସାଲତୋରା ବିଧାନସଭା ଆସନରୁ ଜଣେ ଦିନମଜୁରୀଆର ସ୍ତୀଙ୍କୁ ବିଜେପି ବିଧାୟକ ପ୍ରାର୍ଥୀଭାବେ ମଇଦାନକୁ ଉହ୍ଲାଇ ମହିଳା ମାନଙ୍କ ପ୍ରତିଥିବା ବିଜେପିର ସମ୍ମାନବୋଧକୁ ପ୍ରମାଣ କରିବାକୁ ଚେଷ୍ଟା କରିଛି ।

publive-image

କେବଳ ନେତାଙ୍କ ପିଲା ନେତା ହେବେ, ଟଙ୍କା ଥିବା ଲୋକ ନିର୍ବାଚନ ଲଢିବେର ଧାରାକୁ ବଦଳାଇବାକୁ ଚେଷ୍ଟା କରିଛି ବିଜେପି । ଯେତେବେଳେ ବଡ ବଡ ଖେଳାଳୀ, ସିନେ ତାରକା ଓ କୋଟିପତି ବ୍ୟବସାୟୀ ମାନେ ବିଭିନ୍ନ ରାଜନୈତିକ ଦଳରୁ ଟିକେଟ୍ ଖଣ୍ଡେ ପାଇବାକୁ ଲମ୍ବା ଲାଇନ ଲଗାଉଛନ୍ତି ସେତେବେଳେ ଚନ୍ଦନା ବାଉରୀ ଭଳି ଜଣେ ଦିନମଜୁରୀଆର ସ୍ତ୍ରୀକୁ ପ୍ରାର୍ଥୀ କରିଛି ବିଜେପି ।

ଚନ୍ଦନା ବାଉରୀ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପି ଜାରି କରିଥିବା ପ୍ରାର୍ଥୀ ତାଲିକାର ଚର୍ଚ୍ଚିତ ନାମ । ସ୍ୱାମୀ ଦିନ ମଜୁରୀଆ । ଚନ୍ଦନା ୨୦୧୪ ମସିହାରୁ ବିଜେପିର ଜଣେ ସାଧାରଣ କର୍ମୀ । ୩୦ ବର୍ଷିୟା ଚନ୍ଦନା ଜଣେ ଗୃହିଣୀ ସହ ୩ ଟି ପିଲାର ମା’ । ଚାଳ ଛପର ଘର । ସ୍ୱାମୀଙ୍କ ଦୈନିକ ମଜୁରୀ କୁ ଭରଶା କରି ଜୀବନ ବିତାଉଥିବା ଚନ୍ଦନା କେବେ ଭାବି ନଥିଲେ ଯେ ଗୋଟଏ ଜାତୀୟ ଦଳ ତାଙ୍କୁ ବିଧାନସଭା ନିର୍ବାଚନ ଲଢିବାକୁ ସୁଯୋଗ ଦେବ ଓ ମିଥୁନ୍ ଚକ୍ରବର୍ତ୍ତିଙ୍କ ଭଳି ସୁପରଷ୍ଟାର ଅଭିନେତା ତାଙ୍କ ପାଇଁ ପ୍ରଚାର କରିବେ ।

ଏକ ଗଣମାଧ୍ୟମକୁ ସୂଚନା ଦେଇ ଚନ୍ଦନା କହିଛନ୍ତି କି ସେ ସ୍ୱପ୍ନରେ ସୁଧା ଭାବି ନଥିଲେ କି ବିଜେପି ତାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ୍ ଦେବ । ତାଙ୍କୁ ଟିକେଟ୍ ମିଳିଥିବା କଥା ସେ ଜଣେ ସ୍ଥାନୀୟ ବିଜେପି କର୍ମୀଙ୍କ ଠାରୁ ପାଇଥିବା କଥା କହିଛନ୍ତି ।

publive-image

ଚନ୍ଦନା ବାଉରୀ କହିଛନ୍ତି କି ତାଙ୍କ ସ୍ୱାମୀ ଜଣେ ରାଜମିସ୍ତ୍ରୀ । ସେ ୨୦୧୪ ରେ ବିଜେପିରେ ଜଣେ ସାଧାରଣ କର୍ମୀ ଭାବେ ଯୋଗ ଦେଇଥିଲେ । ସେହି ୨୦୧୪ ମସିହାରେ ବିଜେପିର ପଞ୍ଚାୟତ ମୁଖ୍ୟ ଭାବେ ଦଳ ତାଙ୍କୁ ଚୟନ କରିଥିଲା । ଏହାପରେ ୨୦୧୯ ମସିହାରେ ସେ ବିଜେପି ବାଙ୍କୁରା ଜିଲ୍ଲା କମିଟିର ଜଣେ ସଦସ୍ୟ ଭାବେ ମନୋନିତ ହୋଇଥିଲେ । ଦଳ ପାଇଁ ନିଜର ଉତ୍ସର୍ଗୀକୃତ ମନୋଭାବ ଯୋଗୁ ତାଙ୍କୁ ଏଭଳି ସୁଯୋଗ ମିଳିଥିବା କଥା କହିଛନ୍ତି । ଏହାସହ ସେ କହିଛନ୍ତି କି ସେ ଯେତେବେଳେ ଦଳୀୟ କାମରେ ବାହାରକୁ ଯାଆନ୍ତି ସେତେବେଳେ ତାଙ୍କ ମା ଓ ଶାଶୁ ତାଙ୍କ ଘର ଓ ତିନି ପିଲାଙ୍କୁ ଜଗି ଥାନ୍ତି । ସ୍ୱାମୀ ଶ୍ରବଣ ବି ତାଙ୍କୁ ଏହି କ୍ଷେତ୍ରରେ ସାହାଯ୍ୟ କରନ୍ତି ବୋଲି ସେ କହିଥିଲେ ।

ବିଜେପିକୁ ଧନ୍ୟବାଦ ଦେଇ ଚନ୍ଦନା କହିଛନ୍ତି କି ବିଜେପି ସମସ୍ତଙ୍କ ପାଇଁ । ବିଜେପି ଭିତରେ ଧନୀ କିମ୍ବା ଗରିବ ମଧ୍ୟରେ ତାରତମ୍ୟ ଦେଖାଯାଏ ନାହିଁ । ‘ବିଜେପି ମୋ ଭଳି ଜଣେ ଦିନମଜୁରୀଆ ଗରିବ ମହିଳାଙ୍କୁ ପ୍ରାର୍ଥୀ କରିଥିବାରୁ ମୁଁ ଦଳ ଓ ଦଳର ନେତୃତ୍ୱଙ୍କ ପାଖରେ କୃତଜ୍ଞ’ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe