ଅନୁଭବ-ବର୍ଷା ବିବାଦ ବଢିବା ପରେ ମତ ରଖିଲେ କେନ୍ଦ୍ରାପଡା ସାଂସଦ: କହିଲେ, ସହମତି ଭିତରେ ଛାଡପତ୍ର ନହେବା ପରେ ଜୁଲାଇ ମାସରେ କୋର୍ଟରେ ଦାଖଲ କରିଛନ୍ତି ଡିଭୋର୍ସ ପିଟିସନ; ବ୍ୟକ୍ତିଗତ ଜୀବନକୁ ପଦାରେ ନକାଇବା ପାଇଁ ରହିଥିଲେ ନୀରବ

1,069

କନକ ବ୍ୟୁରୋ: ଓଲିଉଡ ସୁପରଷ୍ଟାର ଯୋଡି ବର୍ଷା ଓ ଅନୁଭବଙ୍କ ବିବାଦ ବଢିଚାଲିଥିବା ବେଳେ ମତ ରଖିଛନ୍ତି କେନ୍ଦ୍ରାପଡା ସାଂସଦ । ଏକ ପ୍ରେସ ବିବୃତି ଜାରି କରି ଅନୁଭବ କହିଛନ୍ତି,

-ତାଙ୍କର ବ୍ୟକ୍ତିଗତ ଜୀବନକୁ ପଦାରେ ନକାଇବା ପାଇଁ ସେ କିଛି ମାସ ଧରି ନୀରବ ରହିଥିଲେ ।

-ତେବେ ଗଣମାଧ୍ୟମରେ ତାଙ୍କ ସମ୍ପର୍କରେ ଉଦ୍ଦେଶ୍ୟମୂଳକ ଖବର ପ୍ରକାଶ ପାଇବା ପରେ ସେ ମୁହଁ ଖୋଲିବାକୁ ବାଧ୍ୟ ହୋଇଛନ୍ତି ।

-ସେ କହିଛନ୍ତି, ପ୍ରତ୍ୟେକ ମଣିଷର ଆତ୍ମସମ୍ମାନ ତାର ଅଧିକାର ।

-ଏହା ସହ ଅନୁଭବ ତାଙ୍କ ପ୍ରେସରିଲିଜରେ ଲେଖିଛନ୍ତି ପ୍ରତ୍ୟେକ କାହାଣୀର ଦୁଇଟି ଦିଗ ରହିଛି ।

-ସେ ଲେଖିଛନ୍ତି ବର୍ଷାକୁ ମୁଁ ଗଭୀର ଭାବରେ ଭଲ ପାଇ ବିବାହ କରିଥିଲି । ତାଙ୍କୁ ଜଣେ ସଫଳ ମହିଳା ହିସାବରେ ମୁଁ ସମ୍ମାନ ଦିଏ ।

-ହେଲେ ମୋର ବୈବାହିକ ଜୀବନ ଦୀର୍ଘଦିନ ଧରି ଖରାପ ସମୟ ଦେଇ ଗତି କରୁଥିଲା । ତେବେ ସେ ଏହାକୁ ସୁଧାରିବା ପାଇଁ ଯଥେଷ୍ଟ ଉଦ୍ୟମ କରିଥିଲେ । କିନ୍ତୁ ତାହା ଫଳପ୍ରଦ ହୋଇନଥିଲା ।

-ଅନୁଭବ ଆହୁରି ଲେଖିଛନ୍ତି, ପରସ୍ପରର ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ରକ୍ଷା ପାଇଁ ସହମତି ଭିତିରେ ଛାଡପତ୍ର ଦେବାପାଇଁ ସେ ଓ ତାଙ୍କ ପରିବାର ଉଦ୍ୟମ କରିଥିଲେ

-ଏହା ଫଳପ୍ରଦ ନହେବାରୁ ସେ ଛାଡପତ୍ର ପାଇଁ ଜୁଲାଇ ୨୦୨୦ରେ କୋର୍ଟରେ ଡିଭୋର୍ସ ପିଟିସନ ଦାଖଲ କରିଥିଲେ ।

-ତାଙ୍କର ଡିଭୋର୍ସ ପିଟିସନ ଯେପରି ଲିକ ନହୁଏ, ସେଥିପାଇଁ ସେ ଓ ତାଙ୍କର ଓକିଲ ଉଦ୍ୟମ କରିଆସୁଥିଲେ ।

-ତାଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ବର୍ଷା ଓ ତାଙ୍କ ସମ୍ପର୍କକୁ ନେଇ ବିଭିନ୍ନ ମନଗଢା କାହାଣୀ ଏବଂ ତାଙ୍କ ବିରୋଧରେ ଅମୁଳକ ଅଭିଯୋଗ ତାଙ୍କୁ ଅତ୍ୟନ୍ତ ଦୁଃଖ ଦେଇଛି ।

-ପ୍ରେସ ରିଲିଜରେ ଅନୁଭବ ଲେଖିଛନ୍ତି, ବିଚାର ବିଭାଗ ଏବଂ ଭଗବାନଙ୍କ ଉପରେ ତାଙ୍କର ସମ୍ପୁର୍ଣ୍ଣ ଅସ୍ଥା ରହିଛି ।-କୋର୍ଟରେ ମାମଲା ଥିବାରୁ ଏହା ଉପରେ ଅଧିକ କିଛି କହିବା ଉଚିତ ହେବନାହିଁ ବୋଲି ସେ ଉଲ୍ଲେଖ କହରିଛନ୍ତି ।

-ଏହା ସହ ସେ ଅନୁରୋଧ କରିଛନ୍ତି, ତାଙ୍କର ଓ ତାଙ୍କ ପରିବାରର ସମ୍ମାନ, ବର୍ଷା ଓ ବର୍ଷାଙ୍କ ପରିବାରର ସମ୍ମାନକୁ ସମସ୍ତେ ସମ୍ମାନ ଦିଅନ୍ତୁ । ଏନେଇ କୌଣସି ଗୁଜବ କରନ୍ତୁ ନାହିଁ ।

Comments are closed.