କନକ ବ୍ୟୁରୋ : ନୟାଗଡ଼ ଓଡ଼ଗାଁରେ ଚାଞ୍ଚଲ୍ୟ, ପରକୀୟାପ୍ରୀତି ଧରାପଡିଯିବାରୁ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରି ଘରେ ପୋତିଥିଲା ସ୍ତ୍ରୀ । ଘର ଭିତରୁ ମାଟି ଖୋଳି ଶବ ଉଦ୍ଧାର କରିଛି ପୋଲିସ । ଓଡ଼ଗାଁ କୋମଣ୍ଡ ଗାଁରେ ଏଭଳି ଅମାନୁଷିକ ହତ୍ୟାକାଣ୍ଡ ଘଟିଛି । ମୃତକ ପ୍ରକାଶ ନାୟକ ବୋଲି ଜଣାପଡିଛି ।
ପ୍ରକାଶ ୨୦ଦିନ ହେବ ନିଖୋଜ ଥିବା ବେଳେ ପରିବାର ଲୋକଙ୍କ ପକ୍ଷରୁ ପୋଲିସରେ ଅଭିଯୋଗ କରାଯାଇଥିଲା । ପୋଲିସ ପକ୍ଷରୁ ତଦନ୍ତ କରାଯାଇଥିବା ବେଳେ ପ୍ରକାଶର ସ୍ତ୍ରୀ ଜ୍ୟୋତ୍ସାରାଣୀ ନିଜ ପ୍ରେମିକ ସହ ମିଶି ପ୍ରକାଶକୁ ହତ୍ୟା କରିଥିବା ଜଣାପଡିଛି । ଘଟଣାରେ ଜ୍ୟୋସ୍ନାରାଣୀ ସମେତ ଶାଶୁ ଡ଼ମଣୀ ପ୍ରଧାନ, ପ୍ରେମିକ ସୋନୁ ବେହେରାକୁ ଗିରଫ କରିବା ସହ ଘଟଣା ସ୍ଥଳକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କରାଇଛି । ଘର ଭିତରୁ ମାଟି ଖୋଳି ଶବ ଉଦ୍ଧାର କରିଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/10-12.jpg)