ସ୍ୱାମୀଙ୍କ ମୃତ୍ୟୁ ସହି ପାରିଲେନି ସ୍ତ୍ରୀ ; ସ୍ୱାମୀଙ୍କ ଜୁଇରେ ଝାସ ଦେଇ ଜୀବନ ହାରିଲେ ଧର୍ମପତ୍ନୀ ।

ସ୍ୱାମୀଙ୍କ ମୃତ୍ୟୁ ସହି ପାରିଲେନି ସ୍ତ୍ରୀ ; ସ୍ୱାମୀଙ୍କ ଜୁଇରେ ଝାସ ଦେଇ ଜୀବନ ହାରିଲେ ଧର୍ମପତ୍ନୀ ।

କନକ ବ୍ୟୁରୋ: ସ୍ୱାମୀଙ୍କ ମୃତ୍ୟୁ ସହି ପାରିଲେନି ସ୍ତ୍ରୀ। ସ୍ୱାମୀ ଚିତାରେ ଝାସ ଦେଇ ସ୍ତ୍ରୀଙ୍କ ଆତ୍ମହତ୍ୟା। ଏଭଳି ଏକ ହୃଦୟବିଦାରକ ଖବର ଆସିଛି ଝାରସୁଗୁଡା- ଛତିଶଗଡ ସୀମାନ୍ତ ଚିଟକାକାନି ଗାଁରୁ।

ସୂଚନା ଅନୁସାରେ,  ଗାଁର ଜୟଦେବ ଗୁପ୍ତା ଗତ ୧୦ ବର୍ଷ ହେବ କ୍ୟାନ୍ସର ରୋଗରେ ଆକ୍ରାନ୍ତ ଥିଲେ। କ୍ୟାନ୍ସର ସହ ଲଢି ସ୍ୱାମୀଙ୍କୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଥିଲେ ପତ୍ନୀ ଗୁଲାପୀ। ହେଲେ ଗତକାଲି ସକାଳେ ଯେତେବେଳେ ସ୍ୱାମୀ ଜୟଦେବଙ୍କ ମୃତ୍ୟୁ ହୋଯାଇଥିଲା ଏହାକୁ ସହିପାରି ନଥିଲେ ପତ୍ନୀ। ସ୍ୱାମୀଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକ ତାଙ୍କ ମୃତଦେହକୁ ନେଇ ଯିବାପରେ ରହସ୍ୟଜନକ ଭାବେ ଗୁଲାପୀ କେଉଁଆଡେ ଉଭାନ ହୋଇଯାଇଥିଲେ। ପରିବାର ଲୋକ ଜୟଦେବଙ୍କ ଶବ ସତ୍କାର କରି ଚାଲି ଆସିଥିଲେ । ଘରେ ଗୁଲାପୀ ନମିଳିବାରୁ ପରିବାର ଲୋକ ଅନେକ ଖୋଜାଖୋଜି କରିଥିଲେ। ପରେ ଜୟଦେବଙ୍କ ଜୁଇ ନିକଟରେ ଗୁଲାପୀଙ୍କ ଲୁଗା, ଚଷମା ଓ ଚପଲ ମିଳିଥିଲା। ସ୍ୱାମୀଙ୍କ ଜୁଇ ଜଳିବା ପରେ ସ୍ତ୍ରୀ ତାଙ୍କ ଚିତାକୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe