କନକ ବ୍ୟୁରୋ: ହତ୍ୟାକାରୀ ସ୍ୱାମୀକୁ ଫାଶୀ ଦଣ୍ଡ । ଦଣ୍ଡାଦେଶ କଲେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦ୍ୱିତୀୟ । ମୃତ୍ୟୁ ଦଣ୍ଡାଦେଶ ପରେ ପେନ୍ ଭାଙ୍ଗିଲେ ଜଜ୍ । ୨୦୨୨ ଜୁନ ୯ରେ ସ୍ତ୍ରୀ ସରସ୍ୱତୀଙ୍କୁ ହତ୍ୟା କରିଥିଲା ସ୍ୱାମୀ ସଞ୍ଜିତ ଦାସ । ସର୍ବନିମ୍ନ ଦଣ୍ଡାଦେଶ ପାଇଁ ଯୁକ୍ତି କରିଥିଲେ ଓକିଲ । କୋର୍ଟରେ ସରକାରୀ ଓକିଲ ଏହାକୁ ବିରୋଧ କରିଥିଲେ । ସ୍ତ୍ରୀକୁ ୩୩ଥର ଛୁରି ଭୁସିଥିଲା ସଞ୍ଜିତ ଦାସ । ୬ ବର୍ଷିୟ ଝିଅର ତଣ୍ଟି କାଟି ଦେଇଥିଲା ବାପା । ଝିଅ ଜୀବନ ଫେରିପାଇବାକୁ ୩ ମାସ ସମୟ ଲାଗିଥିଲା । କ୍ଷତ ଆକାର ଓ ସଂଖ୍ୟା ଦେଖି ବିଚାର କରିବାକୁ ଯୁକ୍ତି । ଅପରାଧ ଗମ୍ଭୀରତା ବିଚାର ପାଇଁ ଯୁକ୍ତି କରିଥିଲେ ଓକିଲ । ବିରଳରୁ ବିରଳ ଘଟଣା କହିଲେ ବିଚାରପତି । ଦୁଇ କୁନି ଝିଅଙ୍କଠାରୁ ମାକୁ ଛଡାଇ ନେଇଥିଲା ସଞ୍ଜିତ । ମୃତ୍ୟୁ ଯାଏଁ ଝୁଲାଇବାକୁ ଲେଖି ପେନ ଭାଙ୍ଗିଲେ ବିଚାରପତି ।
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଫାଶୀ ଦଣ୍ଡ: ୨୦୨୨ ଜୁନ ୯ରେ ସ୍ତ୍ରୀ ସରସ୍ୱତୀଙ୍କୁ ହତ୍ୟା କରିଥିଲା ସ୍ୱାମୀ ସଞ୍ଜିତ ଦାସ
/kanak/media/post_attachments/wp-content/uploads/2024/08/2-1.jpg)