ପତ୍ନୀ ସାଜିଲା ଖଳନାୟିକା! ପରକୀୟା ପ୍ରୀତିରେ ଅନ୍ଧ ହୋଇ ସୁପାରୀ ଦେଇ ହତ୍ୟା କଲା ସ୍ୱାମୀକୁ ।

Advertisment
ପତ୍ନୀ ସାଜିଲା ଖଳନାୟିକା! ପରକୀୟା ପ୍ରୀତିରେ ଅନ୍ଧ ହୋଇ ସୁପାରୀ ଦେଇ ହତ୍ୟା କଲା ସ୍ୱାମୀକୁ ।

image courtesy : www.indiawest.com

କିଛି ଦିନ ପୂର୍ବେ ହାଇଦ୍ରାବାଦର ସନାଥ ପୁଲିସ ଷ୍ଟେସନ ଅଞ୍ଚଳର ରେଳଧାରଣଠାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିବା ମାମଲା ରୁଜୁ କରାଯାଇଥିଲା । ତେବେ ବର୍ତ୍ତମାନ ଘଟଣାଟି ପଛରେ ଥିବା ପ୍ରକୃତ କାହାଣୀ ଉପରୁ ପରଦା ଉଠିଛି । ପ୍ରକୃତରେ ଏହା ଏକ ଦୁର୍ଘଟଣା ନୁହଁ ବରଂ ହତ୍ୟା । ମୃତକଙ୍କ ପତ୍ନୀ କିଛି ଅସାମାଜିକ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ସୁପାରି ଦେଇ ସ୍ୱାମୀଙ୍କୁ ହତ୍ୟା କରିବା ସହ ତାଙ୍କୁ ନେଇ ରେଳଧାରଣାରେ ପକାଇଥିଲେ । ବର୍ତ୍ତମାନ ପୁଲିସ ଉକ୍ତ ମହିଳା ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇଛି ।publive-imageପୁଲିସ ସୁଚନା ଅନୁଯାୟୀ , ଫେବୃଆରି ୨୧ ତାରିଖରେ ପୁଲିସ ଷ୍ଟେସନରେ ଏକ ଅଜଣା ମୃତ ଶରୀର ସମ୍ବନ୍ଧୀୟ ମାମଲା ରୁଜୁ କରାଯାଇଥିଲା । ଏ ନେଇ ତଦନ୍ତ କରାଯାଉଥିବା ବେଳେ ଘଟଣାଟି ଆତ୍ମହତ୍ୟା କିମ୍ବା ଦୁର୍ଘଟଣା ନୁହଁ ବରଂ ହତ୍ୟା ବୋଲି ଜଣାପଡ଼ିଥିଲା। ମୃତ ଦେହ ମିଳିବାର ଏକ ସପ୍ତାହ ପରେ ମୃତକଙ୍କ ପତ୍ନୀ ସଲେହା ବେଗମ ସ୍ୱାମୀ ନିଖୋଜ ହେବା ନେଇ ଥାନାରେ ଏକ ଏଫଆଇଆର୍ ଦେଇଥିଲେ । ପରେ ମୃତକଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ସେ ୪୩ ବର୍ଷୀୟ ଗାଡ଼ିଚାଳକ ମହମ୍ମହ ଖ୍ଵାଜା ବୋଲି ଜଣାପଡ଼ିଥିଲା। ଘଟଣାସ୍ଥଳରୁ କିଛି ଦୂରରେ ଏକ ରକ୍ତଲଗା ପଥର ଏବଂ ରକ୍ତର କିଛି ବୁନ୍ଦା ପୁଲିସକୁ ମିଳିଥିବାରୁ ହତ୍ୟା ସନ୍ଦେହରେ ପୁଲିସ ତଦନ୍ତ ଜାରି କରିଥିଲା। ପରେ ସଂପୂର୍ଣ୍ଣ ଘଟଣାଟି ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା।publive-imageଘଟଣା ଅନୁଯାୟୀ , ମହମ୍ମଦ ଖ୍ଵାଜାଙ୍କ ପତ୍ନୀଙ୍କର ଅନ୍ୟ ଜଣେ ବ୍ୟକ୍ତି ତବରେଜ କ୍ୟୁରେସିଙ୍କ ସହିତ ପରକୀୟା ସଂପର୍କ ଥିବା ଜଣାପଡ଼ିଥିଲା । ଏନେଇ ସେ ତାଙ୍କ ପତ୍ନୀଙ୍କୁ ଅନେକ ଥର ବୁଝାଇବା ସହ କ୍ୟୁରେସିଙ୍କ ଠାରୁ ଦୂରରେ ରହିବା ପାଇଁ ଉପଦେଶ ଦେଇଥିଲେ। ଏଥିରେ କ୍ରୋଧିତ ହୋଇ ପତ୍ନୀ ସାଲେହା ଏବଂ ତାଙ୍କ ପ୍ରେମିକ କ୍ୟୁରେସି ତାଙ୍କର ହତ୍ୟାର ଯୋଜନା କରିଥିଲେ । ସେମାନେ କିଛି ଅସାମାଜିକ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ଦେବା ସହ ମହମ୍ମଦଙ୍କୁ ତାଙ୍କ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ । ସେମାନେ ମହମ୍ମଦଙ୍କୁ ୨୦ ଫେବୃଆରିରେ ଅତ୍ୟଧିକ ମାତ୍ରାର ମଦ୍ୟପାନ କରାଇ ତାଙ୍କୁ ମାରି ରେଳ ଧାରଣାରେ ଫୋପାଡ଼ିଥିଲେ । ଏ ନେଇ ପୁଲିସ ତଦନ୍ତ କରିବା ପରେ ସମସ୍ତ ଘଟଣା ଉପରୁ ପରଦା ଉଠିବା ସହ ମହମ୍ମଦଙ୍କ ପତ୍ନୀ ଏବଂ ତାଙ୍କ ପ୍ରେମିକଙ୍କ ସହ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe