ନିଶାସକ୍ତ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ; ଅତ୍ୟାଚାର ସୀମା ଟପିବାରୁ ଚରମ ବାଟ ବାଛିଲା ସ୍ତ୍ରୀ

ନିଶାସକ୍ତ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ; ଅତ୍ୟାଚାର ସୀମା ଟପିବାରୁ ଚରମ ବାଟ ବାଛିଲା ସ୍ତ୍ରୀ

କନକ ବ୍ୟୁରୋ: ସ୍ୱାମୀକୁ ପଥରରେ ଛେଚି ହତ୍ୟା କଲା ସ୍ତ୍ରୀ । ପ୍ରତିଦିନ ନିଶାସକ୍ତ ସ୍ୱାମୀର ଅତ୍ୟାଚାର ଅସହ୍ୟ ହେବାରୁ ସହିନପାରି ସ୍ୱାମୀକୁ ହତ୍ୟା କରିଥିବା କୁହାଯାଉଛି ।ଏଭଳି ଘଟଣା ଘଟିଛି କେନ୍ଦୁଝର ଘଟଗାଁ ଥାନା ଅନ୍ତର୍ଗତ କାଶୀବେଡା ଗାଁରେ ।

ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟାରେ ସୁନାରାମ ମୁଣ୍ଡା ନିଜ ତୃତୀୟ ସ୍ତ୍ରୀ ସୁକୁମ ତିମୁଣ୍ଡାକୁ ନିଶାସକ୍ତ ଅବସ୍ଥାରେ ମାରପିଟ କରି କିଛି ସମୟ ପରେ ସୁନାରାମ ନିଜ ଘର ନିକଟରେ ଥିବା ପଡିଆରେ ଶୋଇଥିବାବେଳେ ସ୍ତ୍ରୀ ଉତ୍ୟକ୍ତ ହୋଇ ପଥର ଛେଚି ମାରି ଦେଇଥିଲା। ଗୁରୁତର ଅବସ୍ଥାରେ ସୁନାରାମକୁ ହସ୍ପିଟାଲ ଅଣାଯାଇଥିଳେ ବି ସେଠାରେ ତା’ର ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe