କନକ ବ୍ୟୁରୋ: ସ୍ୱାମୀକୁ ପଥରରେ ଛେଚି ହତ୍ୟା କଲା ସ୍ତ୍ରୀ । ପ୍ରତିଦିନ ନିଶାସକ୍ତ ସ୍ୱାମୀର ଅତ୍ୟାଚାର ଅସହ୍ୟ ହେବାରୁ ସହିନପାରି ସ୍ୱାମୀକୁ ହତ୍ୟା କରିଥିବା କୁହାଯାଉଛି ।ଏଭଳି ଘଟଣା ଘଟିଛି କେନ୍ଦୁଝର ଘଟଗାଁ ଥାନା ଅନ୍ତର୍ଗତ କାଶୀବେଡା ଗାଁରେ ।

Advertisment

ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟାରେ ସୁନାରାମ ମୁଣ୍ଡା ନିଜ ତୃତୀୟ ସ୍ତ୍ରୀ ସୁକୁମ ତିମୁଣ୍ଡାକୁ ନିଶାସକ୍ତ ଅବସ୍ଥାରେ ମାରପିଟ କରି କିଛି ସମୟ ପରେ ସୁନାରାମ ନିଜ ଘର ନିକଟରେ ଥିବା ପଡିଆରେ ଶୋଇଥିବାବେଳେ ସ୍ତ୍ରୀ ଉତ୍ୟକ୍ତ ହୋଇ ପଥର ଛେଚି ମାରି ଦେଇଥିଲା। ଗୁରୁତର ଅବସ୍ଥାରେ ସୁନାରାମକୁ ହସ୍ପିଟାଲ ଅଣାଯାଇଥିଳେ ବି ସେଠାରେ ତା’ର ମୃତ୍ୟୁ ହୋଇଥିଲା ।