ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ୱାମୀଙ୍କ ସାମ୍ନାରେ ଜଳ ଭଣ୍ଡାରକୁ ଡେଇଁଲେ ସ୍ତ୍ରୀ ।

405

କନକ ବ୍ୟୁରୋ : ସ୍ୱାମୀଙ୍କ ସାମ୍ନାରେ ଜଳଭଣ୍ଡାରକୁ ଡେଇଁଲେ ସ୍ତ୍ରୀ । କୋରାପୁଟ ଜିଲ୍ଲାର ଜଳାପୁଟ ଜଳ ଭଣ୍ଡାରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମହିଳା । ସ୍ୱାମୀ-ସ୍ତ୍ରୀ ବାଇକରେ ଆସୁଥିବା ବେଳେ ପାଟିତୁଣ୍ଡ ହେବାରୁ ମହିଳା ଜଣଙ୍କ ହଠାତ୍ ଜଳଭଣ୍ଡାରକୁ ଡେଇଁ ପଡିଥିବା କୁହାଯାଉଛି । ଚମ୍ପୁଆ ପୋଲ ନିକଟରେ ମହିଳା ଜଣଙ୍କ ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପଡିଥିବା ବେଳେ ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାମ ଜାରି ରହିଛି ।

ସୂଚନା ଅନୁସାରେ, କୋରାପୁଟ କୁକୁଡାପକ୍ଷୀ ଗାଁର ପଦ୍ମା ଖରା ଓ ତାଙ୍କ ସ୍ୱାମୀ ପୂର୍ଣ୍ଣ ଖରା ବାଇକରେ ପୂଜାରିଗୁଡାରୁ ନିଜ ଘରକୁ ଫେରୁଥିଲେ । ବାଟରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ଓ ମନମାଳିନ୍ୟ ହୋଇଥିଲା । ତେବେ ଉଭୟେ ଫେରୁଥିବା ବେଳେ ଚମ୍ପାପୁଟ ପୋଲ ଉପରେ ବାଇକରୁ ପଦ୍ମା ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପଡିଥିବା ପୂର୍ଣ୍ଣ କହିଛନ୍ତି । ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ଏବେ ବି ଖୋଜାଖୋଜି ଜାରି ରହିଛି । ପଦ୍ମା ଓ ପୂର୍ଣ୍ଣ ଦଶହରା ପୂଜା ପାଇଁ ପୂଜାରିଗୁଡା ସଂପର୍କୀୟଙ୍କ ଘରକୁ ଯାଇଥିଲେ ।