ସ୍ୱାମୀଙ୍କ ଦରମା ଜାଣିବା ସ୍ତ୍ରୀର ଅଧିକାର । ସ୍ତ୍ରୀକୁ ଦରମା ଲୁଚାଇ ପାରିବେନି ସ୍ୱାମୀ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଡିଭିଜନ ବେଂଚ । ସ୍ୱାମୀଙ୍କ ଦରମାର ପେ ସ୍ଲିପ୍ ପାଇଁ ଦାବି କରିଥିବା ଜଣେ ମହିଳାଙ୍କ ଆବେଦନର ବିଚାର କରି ଏହି ରାୟ ଶୁଣାଇଛନ୍ତି କୋର୍ଟ । ତେବେ ଏହି ଆବେଦନକୁ ପୂର୍ବରୁ ନିମ୍ନ ଅଦାଲତ ଓ ହାଇକୋର୍ଟଙ୍କ ଜଣିକିଆ ବେଞ୍ଚ ଖାରଜ କରି ଦେଇଥିଲେ । ରାଇଟ୍ ଟୁ ପ୍ରାଇଭେସି ଅଧିକାର ଦର୍ଶାଇ କୋ÷ଣସି ବ୍ୟକ୍ତିର ଦରମା ବିଷୟରେ ଅନ୍ୟ କାହାକୁ ସୂଚନା ଦିଆଯାଇପାରିବ ନାହିଁ ବୋଲି ଜଣିକିଆ ବେଞ୍ଚ କହିଥିଲେ ।

Advertisment

publive-imageସୂଚନା ଅନୁଯାୟୀ ପବନ ଜୈନ ନାମକ ଜଣେ ବିଏସଏନଏଲ କର୍ମଚାରୀଙ୍କଠାରୁ ଛାଡପତ୍ର ନେଇଥିବା ପତ୍ନୀ ସୁନିତା ଜୈନଙ୍କୁ ସେ ଚଳିବା ପାଇଁ ମାସକ ୭ହଜାର ଟଙ୍କା ଦେଉଥିଲେ । ସୁନୀତାଙ୍କ ସ୍ୱାମୀ ବହୁତ ଅଧିକ ଦରମା ପାଉଛନ୍ତି ଓ ସେ ସେହି ଅନୁସାରେ ଅଧିକ ଟଙ୍କା ପାଇବା ହକଦାର ବୋଲି ଦାବି କରି ତାଙ୍କ ସ୍ୱାମୀ ପ୍ରକୃତରେ କେତେ ଟଙ୍କା ଦରମା ପାଉଛନ୍ତି ସେ ଜାଣିବାକୁ ଚାହିଁଥିଲେ । ସେଥିପାଇଁ ଦରମାର ପେ ସ୍ଲିପ୍ ପାଇଁ ସୁନୀତା କେନ୍ଦ୍ରୀୟ ସୂଚନା ଆୟୋଗରେ ଆବେଦନ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ୨୭ ମେ ୨୦୦୭ରେ କେନ୍ଦ୍ରୀୟ ଲୋକ ସୂଚନା ଆୟୋଗର ଅଧିକାରୀ ବିଏସଏନଏଲକୁ ପବନ କୁମାର ଜୈନଙ୍କ ପେ ସ୍ଲିପ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ନିର୍ଦ୍ଦେଶ ବିରୋଧରେ ସ୍ୱାମୀ ପବନ କୁମାର ଓ ବିଏସଏନଏଲ ହାଇକୋର୍ଟରେ ମାମଲା ଭିନ୍ନ ଭିନ୍ନ ଆବେଦନ କରିଥିଲେ । ତିନି ବର୍ଷର ଶୁଣାଣି ପରେ ହାଇକୋର୍ଟ କେନ୍ଦ୍ରୀୟ ସୂଚନା ଆୟୋଗକୁ ଆକ୍କେୁ ଠିକ୍ ଦର୍ଶାଇ କହିଛନ୍ତି, କୌଣସି ସଂସ୍ଥା ଜଣେ ବ୍ୟକ୍ତିର ବେତନ ବାବଦରେ ତୃତୀୟ ପାର୍ଟିକୁ ସୂଚନା ଦେବାକୁ ମନା କରି ପାରିବ କିନ୍ତୁ ଜଣେ ସ୍ୱାମୀଙ୍କ ବେତନ ବାବଦରେ ଜାଣିବାର ପୂରା ଅଧିକାର ଜଣେ ପତ୍ନୀଙ୍କର ରହିଛି ।