ସ୍ତ୍ରୀ ବାପଘର ଗଲା ବୋଲି ଗାଁ ଲୋକ ଏବଂ ପୋଲିସକୁ ହନ୍ତସନ୍ତ କଲା ସ୍ୱାମୀ ! ଘଟଣା କ’ଣ ଜାଣିବା ପାଇଁ ସମ୍ପୁର୍ଣ୍ଣ ରିପୋର୍ଟ ପଢନ୍ତୁ ।

25

ଉତ୍ତରପ୍ରଦେଶରରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଯାଇଛି । ଖବରଟି ଏଭଳି ଯେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଅସଲ କଥା ହେଉଛି ଏଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀ ବାପଘରକୁ ଯିବାକୁ ନେଇ ଖପ୍ପା ହୋଇ ଏକ ମୋବାଇଲ୍ ଟାୱାର ଉପରକୁ ଚଢିଯାଇଥିଲେ । ତେବେ ମଜାର କଥା ହେଉଛି ଉକ୍ତ ବ୍ୟକ୍ତି ଜଣକ ନିଜ ସହ ସାଥିରେ ଖାଇବା ମଧ୍ୟ ନେଇ ଯାଇଥିଲେ । ତେବେ ସ୍ଥାନୀୟ ଲୋକେ ଉକ୍ତ ବ୍ୟକ୍ତିକୁ ଏଭଳି କରିବା ପଛର କାରଣ ପଚାରିଥିଲେ । ବ୍ୟକ୍ତିଜଣକ ନିଜ ପତ୍ନୀ ସହ କଥା ହୋଇ ତଳକୁ ଓହ୍ଲାଇବେ ବୋଲି କହିଥିଲେ । ସାତଘଣ୍ଟା ଟାୱାର ଉପରେ ଏହି ଫିଲ୍ମ ଷ୍ଟାଇଲ୍ ଡ୍ରାମା ଚାଲିଥିଲା । ଏହି ସମୟରେ ଟାୱାର ତଳେ ଦେଖଚ୍ଚାହାରୀଙ୍କ ଭିଡ ମଧ୍ୟ ଜମି ଯାଇଥିଲା । ତେବେ ପୋଲିସ୍ ଏହି ଘଟଣାର ଜାଞ୍ଚ୍ କରୁଛି ।

ତେବେ ଉକ୍ତ ବ୍ୟକ୍ତିଙ୍କ ନାଁ ସୁନୀଲ୍ ପାଣ୍ଡେ ବୋଲି ଜଣାପଡିଛି । ପେସାରେ ଅଟୋ ଚଲାଉଥିବା ସୁନୀଲ୍ ଙ୍କର ତିନୋଟି ସନ୍ତାନ ଥିବା ବେଳେ କିଛି ଦିନ ହେଲା ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡା ଚାଲିଥିଲା । ସ୍ୱାମୀଙ୍କ ସହ ଝଗଡା କରିବା ପରେ ସ୍ତ୍ରୀ ବାପଘରକୁ ଚାଲିଆସିଥିଲେ । ସ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ଦେଖି ସୁନୀଲ୍ ଖାଇବା ନେଇ ଟାୱାର ଉପରକୁ ଚଢିଯାଇଥିଲେ । ଏହି ଘଟଣା ଜାଣିବା ପରେ ଉକ୍ତ ସ୍ଥାନରେ ଫାୟାର ବ୍ରିଗେଡ୍ , ଆମ୍ବୁଲାନ୍ସ ଏବଂ ପୋଲିସ୍ ଭ୍ୟାନ୍ ଆସି ପହଞ୍ଚି ଯାଇଥିଲା । ପୋଲିସ୍ କର୍ମୀ ମାନେ ସୁନୀଲଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ନିଜ ସ୍ତ୍ରୀଙ୍କ ସହ କଥା ନହେଲେ ତଳକୁ ଓହ୍ଲାଇବେ ନାହିଁ ବୋଲି କହିଥିଲେ । ସାତଘଣ୍ଟା ପରେ ସ୍ତ୍ରୀଙ୍କ ସହ କଥା କରାଇବାକୁ କହି ସୁନୀଲଙ୍କୁ ତଳକୁ ଅଣାଯାଇଥିଲା ।