ଅଭିଯୋଗ କରି ପାନେ ପାଇଲେ ବୋହୂ ! ଠିକ୍ ସମୟରେ ପଲଟିଗଲା କୋର୍ଟର ନିଷ୍ପତ୍ତି, ସ୍ୱାମୀ ଟଙ୍କା ଦେବା ବଦଳରେ ଏବେ ସ୍ତ୍ରୀ ଦେବେ ଟଙ୍କା ।

Advertisment
ଅଭିଯୋଗ କରି ପାନେ ପାଇଲେ ବୋହୂ ! ଠିକ୍ ସମୟରେ ପଲଟିଗଲା କୋର୍ଟର ନିଷ୍ପତ୍ତି, ସ୍ୱାମୀ ଟଙ୍କା ଦେବା ବଦଳରେ ଏବେ ସ୍ତ୍ରୀ ଦେବେ ଟଙ୍କା ।

Source: liveindia.live

ପତ୍ନୀଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ମୁମ୍ବାଇର ଜଣେ ବ୍ୟବସାୟୀଙ୍କ ଛାଡ଼ପତ୍ର ଆବେଦନକୁ ମୁମ୍ବାଇର ଏକ ଫ୍ୟାମିଲି କୋର୍ଟ ଯେତେବେଳେ ଅଗ୍ରାହ୍ୟ କରି ତାଙ୍କ ପତ୍ନୀଙ୍କୁ ମାସିକ ୧୫ ହଜାର ଟଙ୍କା ଭରଣ ପୋଷଣ  ନିର୍ଦ୍ଦେଶ ଦେଲେ ସେତେବେଳେ ଏ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ଛଡ଼ା ବ୍ୟବସାୟୀଙ୍କ ପାଖରେ କୌଣସି ବିକଳ୍ପ ନ ଥିଳା। ଶେଷରେ ମୁମ୍ବାଇ ହାଇକୋର୍ଟ ଏହି ବ୍ୟବସାୟୀଜଣଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି। ବ୍ୟବସାୟୀ ଜଣକ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ କରିଥିବା ଆବେଦନକୁ ମୁମ୍ବାଇ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହିତ  ମୋକଦ୍ଦମା ଖର୍ଚ୍ଚ ବାବଦରେ ସ୍ୱାମୀଙ୍କୁ ୫୦ ହଜାର ଟଙ୍କା ଦେବା ପାଇଁ ପତ୍ନୀଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି।publive-imageମାମଲା ଅନୁଯାୟୀ,  ଛାଡପତ୍ର ଆବେଦନ କରିଥିବା ବ୍ୟବସାୟୀ ଜଣକ ୨୦୦୬ ମସିହାରେ ବିବାହ କରିବା ସହିତ ସ୍ତ୍ରୀଙ୍କ ସହିତ ନରିମନ ପଏଣ୍ଟରେ ରହୁଥିଲେ। ତେବେ ବ୍ୟବସାୟୀଜଣକ ତାଙ୍କ କ୍ୟାନସର ପୀଡ଼ିତା ମାଆଙ୍କୁ ପାଖରେ ରଖିବାରୁ ତାଙ୍କ ପତ୍ନୀ ଅସନ୍ତୁଷ୍ଟ ଥିଲେ। ଏପରିକି ୨୦୦୭ ମସିହାରେ ସ୍ୱାମୀଙ୍କ ଅନୁପସ୍ଥିତିରେ ତାଙ୍କ ରୋଗୀଣା ମାଆଙ୍କୁ ପତ୍ନୀ ଚାପୁଡ଼ା ମାରିଥିଲେ। ୨୦୦୭ ମସିହାରେ ମହିଳା ଜଣକ ସ୍ୱାମୀ ଓ ତାଙ୍କ ପରିବାର ବିରୋଧରେ ଯୌତୁକ ନିର୍ୟାତନା ମାମଲା ରୁଜୁ କରିବା ସହିତ ୨୦୦୮ରେ ତାଙ୍କ ବଡ଼ଭାଇଙ୍କ ନାମରେ ଅସଦାଚରଣ ମାମଲା ରୁଜୁ କରିଥିଲେ। ଏଥିରେ ବ୍ୟତିବ୍ୟସ୍ତ ହୋଇ ୨୦୦୯ ମସିହାରେ ସ୍ୱାମୀ ଛାଡ଼ପତ୍ର ମାମଲା ରୁଜୁ କରିଥିଲେ। ମାତ୍ର ଏହାକୁ  ପରିବାର କୋର୍ଟ ଅଗ୍ରାହ୍ୟ କରିବା ସହିତ ପତ୍ନୀଙ୍କୁ ମାସିକ ୧୫ ହଜାର ଟଙ୍କା ଭରଣ ପୋଷଣ ଦେବାକୁ କହିଥିଲେ। ପେଷାରେ ଜଣେ ଡାକ୍ତର ଥିବା ଯୁବ ବ୍ୟବସାୟୀଙ୍କ ବଡ଼ଭାଇଙ୍କ ବିରୋଧରେ ମାମଲା ରୁଜୁ କରି ମହିଳା ଜଣକ ତାଙ୍କ ପରିବାର ସମ୍ମାନକୁ ଆଞ୍ଚ ଆଣିବା ସହିତ ତାଙ୍କୁ ଓ ତାଙ୍କ ପରିବାରକୁ ମାନସିକ, ଶାରିରୀକ ନିର୍ୟ୍ୟତନା  ଦେଇଛନ୍ତି ବୋଲି ସ୍ୱାମୀ ଅଭିଯୋଗ କରି ଫ୍ୟାମିଲି କୋର୍ଟର ରାୟ ବିରୋଧରେ ମୁମ୍ବାଇ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ମାମଲାର ବିଚାର କରି ମୁମ୍ବାଇ ହାଇକୋର୍ଟ ବିଚାରପତି ଜଷ୍ଟିସ କମଳ କିଶୋର ତାଟେଦ ଓ ଜଷ୍ଟିସ ବର୍ଗେସ କୋଲାବଓ୍ଵାଲାଙ୍କୁ ନେଇ ଗଠିତ ମୁମ୍ବାଇ ହାଇକୋର୍ଟରେ ଏକ ଡିଭିଜନ ବେଞ୍ଚ ହିନ୍ଦୁ ବିବାହ ଆଇନ୍ ବିଭିନ୍ନ ଧାରା ତର୍ଜମା କରି  ବ୍ୟବସାୟୀଙ୍କୁ  ଛାଡ଼ପତ୍ର ଦେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।  ତଳକୋର୍ଟ ଦେଇଥିବା ରାୟକୁ ଅଗ୍ରାହ୍ୟ କରି କୋର୍ଟ କହିଥିଲେ ଯେ ମହିଳାଜଣକ ଯେତେବେଳେ ସ୍ୱାମୀଙ୍କ ବଡ଼ଭାଇଙ୍କ ଉପରେ ଅସଦାଚରଣ ଅଭିଯୋଗ ଆଣିଥିଲେ ସେହି ସମୟରେ ବ୍ୟବସାୟୀଙ୍କ ବଡ଼ଭାଇ ସେସନ୍ସ କୋର୍ଟରେ ଅଗ୍ରୀମ ଜମାନତ ପାଇଁ କୋର୍ଟରେ ହାଜର ହୋଇ ଆବେଦନ କରୁଥିଲେ। ତେଣୁ ତଳକୋର୍ଟ ସମସ୍ତ ମାମଲାକୁ ଅଲଗାଅଲଗା ବିଚାର କରିଥିବାରୁ ଏହି ମାମଲାରେ ବ୍ୟବସାୟୀଜଣଙ୍କୁ ନ୍ୟାୟ ମିଳି ପାରିନାହିଁ। ତେଣୁ  ମାଆଙ୍କୁ ମାଡ଼ ମାରିବା, ଭାଇଙ୍କୁ ମିଥ୍ୟା ମାମଲାରେ ଅଭିଯୁକ୍ତ କରିବା ଆଦି ଘଟଣା ଛାଡ଼ପତ୍ର ଦେବା ପାଇଁ ଯଥେଷ୍ଟ। ସେହିପରି  ମୋକଦ୍ଦମା ପରିଚାଳନା ବାବଦରେ ମହିଳାଜଣକ ତାଙ୍କ ସ୍ୱାମୀଙ୍କୁ ୫୦ ହଜାର ଟଙ୍କା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe