ପ୍ରେମ-ପ୍ରତାରଣାର ଅଜବ କାହାଣୀ ! ଧରପଡିବା ପରେ ମୁହଁ ଖୋଲିଲେ ସ୍ତ୍ରୀ । କହିଲେ, ସ୍ୱାମୀ ଦେଉଥିଲେ ନିର୍ଯାତନା, ଫେରିବାର ଉଠୁନି ପ୍ରଶ୍ନ

1,045

କନକ ବ୍ୟୁରୋ: ପ୍ରେମ, ପ୍ରତାରଣାର ଇଏ ଏମିତି ଏକ କାହାଣୀ ଯାହା ଶୁଣିଲେ ଆପଣ ବି ବିଶ୍ୱାସ କରିପାରିବେ ନାହିଁ । ଏହି କାହାଣୀରେ ଅଛନ୍ତି ୩ଟି ଚରିତ୍ର । ୨ଜଣ ସ୍ୱାମୀ ଓ ଜଣେ ସ୍ତ୍ରୀ । ପ୍ରଥମ ବିବାହ ପରେ ସ୍ତ୍ରୀ ସ୍ୱାମୀକୁ ଛାଡି କୁଆଡେ ଚାଲିଯାଉଛି । ଆଉ ସ୍ତ୍ରୀର ହତ୍ୟା ଅଭିଯୋଗରେ ସ୍ୱାମୀ ଯାଉଛି ଜେଲ । ଏପଟେ ପ୍ରେମିକ ସହ ଧରାପଡିବା ପରେ ଆଉ ଫେରିବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ସ୍ତ୍ରୀ ।

ଆପଣ ଦେଖୁଥିବା ଏହି ଦୁଇଟି ଚିତ୍ରରେ ଗୋଟିଏ ପଟେ ଅଛନ୍ତି ଏହି ମହିଳାଙ୍କ ୭ ବର୍ଷ ତଳର ସ୍ୱାମୀ, ଯାହାଙ୍କ ବାହାଘର ପରେ ପରେ ଛାଡି ଦେଇ ନିଜ ପ୍ରେମିକ ପାଖକୁ ଚାଲିଆସିଥିଲେ ମହିଳା । ଆଉ ସେ ହେଉଛନ୍ତି ତାଙ୍କ ଦ୍ୱିତୀୟ ସ୍ୱାମୀ । କିନ୍ତୁ ବଡ ସମସ୍ୟା ହେଉଛଇ ପ୍ରଥମ ସ୍ୱାମୀଙ୍କୁ ସେ ଛାଡପତ୍ର ଦେଇନାହାନ୍ତି । ତେଣୁ ଆଇନ ଆଖିରେ ଏହି ଦ୍ୱିତୀୟ ବାହାଘର କେତେ ଆଇନ ସମ୍ମତ ତାକୁ ନେଇ ଉଠିଛି ପ୍ରଶ୍ନ ।

ଏହି ମହିଳା ଜଣକ କୌଣସି ପରିସ୍ଥିତିରେ ତାଙ୍କର ଦ୍ୱିତୀୟ ସ୍ୱାମୀଙ୍କୁ ଛାଡିବା ପାଇଁ ପ୍ରସ୍ତୁତ ନୁହଁନ୍ତି । ତାଙ୍କର କହିବା କଥା ହେଉଛି-ବାହାଘର ପରେ ପ୍ରଥମ ସ୍ୱାମୀ ଖୁବ୍ ଅତ୍ୟାଚାର କରିଥିଲେ ଯୌତୁକକୁ ନେଇ । ତେଣୁ ଏହାକୁ ସହିନପାରି ସେ ତାଙ୍କୁ ଛାଡିଦେଇ ରାତିରେ ଚାଲିଆସିଥିଲେ ।

ଫେବ୍ରୁୟାରୀରେ ପ୍ରଥମ ବାହାଘର ପରେ ବିବାହର ମାତ୍ର ୧୬ ଦିନ ପରେ ଏହି ଘଟଣା ଘଟିଥିଲା । ଆଉ ତା ପରଠାରୁ ଦ୍ୱିତୀୟ ସ୍ୱାମୀଙ୍କ ସହ ୨ ଶିଶୁଙ୍କ ସହ ରହୁଛନ୍ତି ମହିଳା । ଏପଟେ କିନ୍ତୁ ପ୍ରଥମ ସ୍ୱାମୀଙ୍କ କହିବା କଥା ହେଉଛି ।- ମହିଳା ଜଣକ ଅନ୍ତର୍ଧାନ ହୋଇଯିବା ପରେ , ତାଙ୍କ ପରିବାର ଲୋକେ ଅଭିଯୋଗ ଅନୁସାରେ ତାଙ୍କୁ ଜେଲ ଯିବାକୁ ପଡିଥିଲା । ତେଣୁ ତାଙ୍କୁ ଦଣ୍ଡ ମିଳୁ । କିନ୍ତୁ ହିନ୍ଦୁ ବିବାହ ଆଇନ-୧୯୫୫ କହୁଛି କି, ପ୍ରଥମ ବିବାହ ଆଇନ ସମ୍ମତ ଥିଲେ ତାଙ୍କ ବିଚ୍ଛେଦ ନହେବା ଯାଏଁ ଦ୍ୱିତୀୟ ବିବାହ ବୈଧ ନୁହେଁ । ଏଥିପାଇଁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ଜରିମାନା ମଧ୍ୟ ହୋଇପାରେ । କିନ୍ତୁ ପାଟକୁରାର ଏହି ଘଟଣା । ଖାଲି ଆଇନର ଚଷମାରେ ନଦେଖି ଟିକିଏ ସମ୍ବେଦନଶୀଳ ହୋଇ ଏହି ମାମଲାକୁ ଦେଖିବାର ଆବଶ୍ୟକତା ରହିଛି ।