ଯବାନ ସ୍ୱାମୀ ଛୁଟି ସାରି ଡ୍ୟୁଟିକୁ ଫେରିବା ପାଇଁ ଜିଦ୍ କରିବାରୁ ଆତ୍ମହତ୍ୟା କଲେ ପତ୍ନୀ !

ଯବାନ ସ୍ୱାମୀ ଛୁଟି ସାରି ଡ୍ୟୁଟିକୁ ଫେରିବା ପାଇଁ ଜିଦ୍ କରିବାରୁ ଆତ୍ମହତ୍ୟା କଲେ ପତ୍ନୀ !

Times of India

ସ୍ୱାମୀଙ୍କୁ ହରାଇବା ଭୟରେ ଶନିବାର ରାତିରେ ଦେବଭୂମୀ ଦ୍ୱାରାକା ଜିଲ୍ଲାର ଖମ୍ଭାଲିୟା ସହରରେ ଜଣେ ଭାରତୀୟ ସେନା ଯବାନଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି। ୨୨ ବର୍ଷୀୟ ମୀନାକ୍ଷି ଜେଠଓ୍ଵା ସହରର ଯୋଗେଶ୍ୱରନଗର ଅଞ୍ଚଳରେ ଥିବା ତାଙ୍କ ଘର ସିଲିଙ୍ଗ୍ ଫ୍ୟାନରେ ରଶି ଦେଇ ଆତ୍ମହତ୍ୟା କରିଥିବା କଥା ତାଙ୍କ ସ୍ୱାମୀ ଦେଖିଲେ। ଜେଠଓ୍ଵା ଜମ୍ମୁ ଓ କଶ୍ମୀରର ଗୁଲମାର୍ଗ ଠାରେ ନିଯୁକ୍ତି ହୋଇଥିଲେ। ଶୋକସନ୍ତପ୍ତ ପରିବାରର ସଦସ୍ୟମାନଙ୍କୁ ପଚରା ଉଚୁରା କରିବା ପରେ ଜଣା ପଡ଼ିଲା ଯେ ଜେଠଓ୍ଵା ଅଳ୍ପ କେତେ ଦିନ ତଳେ ଛୁଟିରେ ଘରକୁ ଆସିଥିଲେ। କଶ୍ମୀର ଉପତ୍ୟକାରେ ସେ ଗୋଟାଏ ତୁଷାର ସ୍ଖଳନରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ବୋଲି ପରିବାର ଲୋକେ ଖାମ୍ଭାଲିଆ ପୁଲିସକୁ କହିଛନ୍ତି।

publive-image

ଏପରି କଥାରେ ମୀନାକ୍ଷି ଛାନିଆ ହୋଇ ଯାଇଥିଲେ। ତା’ସଙ୍ଗକୁ ପୁଲଓ୍ଵାମା ଆକ୍ରମଣରେ ୪୪ ଜଣ ସିଆରପିଏଫ୍ ଯବାନଙ୍କ ମୃତ୍ୟୁ ଘଟଣାରେ ମିନାକ୍ଷି ବିଚଳିତ ହୋଇ ଯାଇଥିଲେ । ଦୁଇ ବର୍ଷ ତଳେ ଭୂପେନ୍ଦ୍ର ସିଂହ ଜେଠଓ୍ଵାଙ୍କୁ ବାହା ହୋଇଥିବା ମୀନାକ୍ଷି ଡିୟୁଟିକୁ ନ ଫେରିବା ଲାଗି ଅନୁନୟ ହୋଇ କହିଥିଲେ। କିନ୍ତୁ, ତାଙ୍କର ଛୁଟି ସମୟ ସରି ଆସୁଥିବାରୁ ଡିୟୁଟିରେ ଯୋଗ ଦେବାକୁ ଯିବେ ବୋଲି ଭୂପେନ୍ଦ୍ର ଅଡ଼ି ବସିଥିଲେ। ଏକ ସାମାଜିକ ଅନୁଷ୍ଠାନରୁ ଯୋଗ ଦେଇ ଶନିବାର ରାତିରେ ଜେଠଓ୍ଵା ପରିବାର ଘରକୁ ଫେରିବା ପରେ ଦେଖିଲେ ଉପର ତାଲାର କୋଠରି ବନ୍ଦ। ଭିତରେ ମୀନାକ୍ଷି ଶୋଇଥିବ ଭାବି ଜେଠଓ୍ଵା ତାଙ୍କୁ ନ ଉଠାଇ ତଳ ତାଲାରେ ଶୋଇବାକୁ ମନସ୍ଥ କଲେ । ରବିବାର ସକାଳେ ମୀନାକ୍ଷି କବାଟ ନ ଖୋଲିବାରୁ ଭୂପେନ୍ଦ୍ର କବାଟ ତାଡ଼ି ଦେଖିଲେ ସେ ଆତ୍ମହତ୍ୟା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe