କନକ ବ୍ୟୁରୋ : ବାହାଘରର ୬ ମାସ ପରେ ଫେରାର ହୋଇଗଲେ ପତ୍ନୀ । ପରୀକ୍ଷା ଦେବାକୁ ସ୍ୱାମୀଙ୍କ ସହିତ ଆସିଥିଲେ ମହିଳା ଜଣଙ୍କ । ହେଲେ ପରୀକ୍ଷା ସରିବା ପରେ ସ୍ୱାମୀ ଆଗରେ ଅନ୍ୟ ଜଣଙ୍କ ସହିତ କାରରେ ବସି ମହିଳା ଜଣଙ୍କ ଫେରାର ହୋଇଯାଇଥିବା ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନ ବଜିରର ଗାଁରେ ଏହା ଦେଖିବାକୁ ମିଳିଛି । ତେବେ ୬ ମାସ ପୂର୍ବରୁ ଉଭୟ ପ୍ରେମ ବିବାହ କରିଥିବା ସୂଚନା ରହିଛି ।

Advertisment

ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନ ବଜିରର ଦେବବ୍ରତ ଗୋଛୟତଙ୍କ ପୁଅ ରାହୁଲ ବ୍ରାହ୍ମଣିପାଳ ସେହି ଗାଁର ବଳରାମ ପଣ୍ଡାଙ୍କ ଝିଅ ହରିପ୍ରିୟାକୁ ୨ ବର୍ଷ ଧରି ଭଲ ପାଉଥିଲେ । ଉଭୟ ଘରେ ନଜଣାଇ ଫେରାର ହୋଇଥିଲେ । ତେବେ ପୁଅର ପରିବାର ଲୋକେ ଉଭୟଙ୍କୁ ଧରି ପୁରୀର ନୃସିଂହ ନାଥ ମନ୍ଦିରରେ ବିବାହ କରି ଘରକୁ ଆଣିଥିଲେ । ଏହି ନବ ଦମ୍ପତି ଦୀର୍ଘ ୬ ମାସ ଧରି ଘରେ ରହିବା ପରେ ବୋହୂ ହରିପ୍ରିୟା ପାଠ ପଢିବାକୁ ଜିଦ ଧରିଥିଲେ ।

ପରିବାର ଲୋକଙ୍କ ଅନୁମତି ପରେ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟରେ ହରିପ୍ରିୟାକୁ ଆଡମିସନ ହୋଇଥିଲେ । ତେବେ ଗତକାଲି ପରୀକ୍ଷା ଦେବାକୁ ଯାଇ ହରିପ୍ରିୟା ଫେରାର ହୋଇଯାଇଛନ୍ତି । ପରିବାର ଲୋକେ ଏନେଇ ଧୁଷୁରୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।