ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇ ମିଳୁନାହାନ୍ତି ସ୍ୱାମୀ: ନିଖୋଜ ସ୍ୱାମୀଙ୍କ ପତା ଜାଣିବା ପାଇଁ ଫଟୋ ଧରି ଏ ସହରରୁ ସେ ସହର ବୁଲୁଛନ୍ତି ସ୍ତ୍ରୀ

80

କନକ ବ୍ୟୁରୋ: ସ୍ୱାମୀର ଫଟୋ ଧରି କେତେବେଳେ ସ୍ତ୍ରୀ ବୁଲୁଛି ତ ଆଉ କେତେବେଳେ ଭାଇର ଫଟୋ ଧରି ଏ ସହରରୁ ସେ ସହର ବୁଲୁଛି ସାନ ଭାଇ । କିନ୍ତୁ ନିଖୋଜ ବ୍ୟକ୍ତିଙ୍କ ପତା ମିଳୁନାହିଁ । ବାପାର ଆସିବା ବାଟକୁ ଚାହିଁବସିଛି ୬ବର୍ଷ ପୁଅ । ଦାଦନ ଖଟିବାକୁ ଯାଇ ଆଉ ଫେରି ନାହାନ୍ତି ଘରର ମୁରବି । ସାଥିରେ ଯାଇଥିବା ଗାଁର ୨ ବନ୍ଧୁ ଘରକୁ ଫେରିଲେ କିନ୍ତୁ ପରିବାର ପାଖକୁ ଫେରିଲେ ନାହିଁ କୋରାପୁଟ ଗଣ୍ଡାଗୁଡ଼ା ଗାଁର ଧନୁର୍ଯ୍ୟୟ ପୁଜାରୀ । ଧନକୁ ସଂଗମାନେ କେଉଁଠି ବିକ୍ରୀ କରିଦେଇଥିବା ଅଭିଯୋଗ କରି ବୋରିଗୁମ୍ମା ଥାନାରେ ଏତଲା ଦେଇଛନ୍ତି । ପେଟ ପାଟଣା ପାଇଁ ଭିଟାମାଟି ଛାଡ଼ି ଦାଦନ ଖଟିବାକୁ ସୁଦୁର ହାଇଦ୍ରାବାଦ ଅଗଷ୍ଟ ମାସ ୫ ତାରଖରେ ଯାଇଥିଲେ । ହେଲେ ଯିବାର କିଛି ଦିନ ପରେ ଧନୁର୍ଯ୍ୟୟ ହାଇଦ୍ରାବାଦରେ ନିଖୋଜ ହୋଇଯାଇଥିବା ଖବର ଘରକୁ ଦେଲେ ସାଥିରେ ଯାଇଥିବା ଅନ୍ୟ ୨ ଜଣ ସାଂଗ ମାତିଲି ଅଚଂଳର ଧନୁର୍ଯୟ ପରଜା, ଆଉ ଗଣ୍ଡାଗୁଡ଼ା ଗାଁର ଧନୁର୍ଯୟ କୁମ୍ବାର । ଏହାପରେ ପରିବାର ଖୋଜା ଖୋଜି କରିବା ସତ୍ୱେ କୌଣସି ପରିଚୟ ମିଳିଲା ନାହିଁ । କି ସାଥିରେ ଯାଇଥିବା ସଂଗମାନେ ମଧ୍ୟ କୌଣସି ସଠିକ ଯବାବ ଦେଇପାରୁ ନାହାନ୍ତି । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଉଥିବା ଅଭିଯୋଗ କରିଛନ୍ତି ।