ଚମ୍ପୁଆ ବଡ଼ନଇରୁ ଆସିଲା ଅଭାବନୀୟ ଚିତ୍ର : ସ୍ତ୍ରୀ ଖୋଳିଲା ସ୍ୱାମୀର କବର; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଚମ୍ପୁଆ ବଡ଼ନଇରୁ ଆସିଲା ଅଭାବନୀୟ ଚିତ୍ର : ସ୍ତ୍ରୀ ଖୋଳିଲା ସ୍ୱାମୀର କବର; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କନକ ବ୍ୟୁରୋ : ଜଣେ ମହିଳାଙ୍କ ଅସହାୟତା । ଆଉ ସମାଜର ନିଷ୍ଠୁରତାର ଚିତ୍ର । ଯାହାକି ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାରେ ଲାଗିଛି । କେନ୍ଦୁଝର ଚମ୍ପୁଆ ବଡ଼ନଇର ଜଣେ ମହିଳା ସ୍ୱାମୀର ମୃତ୍ୟୁ ପରେ କିଭଳି ଅସହାୟ ହୋଇପଡ଼ିଛନ୍ତି ସେହି ଚିତ୍ର ଦେଖିବାକୁ ମିଳିଛି ।

ସ୍ୱାମୀଙ୍କ ସତ୍କାର କରିବାକୁ ମହିଳାଙ୍କ ପାଖରେ ସମ୍ବଳ ନାହିଁ । ହସ୍ପିଟାଲରେ ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା । ପାଖରେ ସମ୍ବଳ ନଥିବାରୁ ଧାର କରଜ କରି ମୃତଦେହ ଘରକୁ ଆଣିଲେ । ହେଲେ ମୃତଦେହକୁ କାନ୍ଧଦେବାକୁ ବି କେହି ଆସିଲେ ନାହିଁ । ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ଥିବା ଏହି ନିଃସହାୟ ମହିଳା ଶେଷରେ ବାଧ୍ୟ ହୋଇ ନିଜ ଘର ସମ୍ମୁୁଖରେ ଏକ ଗାତ ଖୋଳି ସ୍ୱାମୀଙ୍କ ମୃତଦେହକୁ ଦଉଡିରେ ବାନ୍ଧି ଟାଣି ଟାଣି ନେଇଥିଲେ । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe