କନକ ବ୍ୟୁରୋ : ଜଣେ ମହିଳାଙ୍କ ଅସହାୟତା । ଆଉ ସମାଜର ନିଷ୍ଠୁରତାର ଚିତ୍ର । ଯାହାକି ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାରେ ଲାଗିଛି । କେନ୍ଦୁଝର ଚମ୍ପୁଆ ବଡ଼ନଇର ଜଣେ ମହିଳା ସ୍ୱାମୀର ମୃତ୍ୟୁ ପରେ କିଭଳି ଅସହାୟ ହୋଇପଡ଼ିଛନ୍ତି ସେହି ଚିତ୍ର ଦେଖିବାକୁ ମିଳିଛି ।
ସ୍ୱାମୀଙ୍କ ସତ୍କାର କରିବାକୁ ମହିଳାଙ୍କ ପାଖରେ ସମ୍ବଳ ନାହିଁ । ହସ୍ପିଟାଲରେ ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା । ପାଖରେ ସମ୍ବଳ ନଥିବାରୁ ଧାର କରଜ କରି ମୃତଦେହ ଘରକୁ ଆଣିଲେ । ହେଲେ ମୃତଦେହକୁ କାନ୍ଧଦେବାକୁ ବି କେହି ଆସିଲେ ନାହିଁ । ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ଥିବା ଏହି ନିଃସହାୟ ମହିଳା ଶେଷରେ ବାଧ୍ୟ ହୋଇ ନିଜ ଘର ସମ୍ମୁୁଖରେ ଏକ ଗାତ ଖୋଳି ସ୍ୱାମୀଙ୍କ ମୃତଦେହକୁ ଦଉଡିରେ ବାନ୍ଧି ଟାଣି ଟାଣି ନେଇଥିଲେ । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/1-25.jpg)