କନକ ବ୍ୟୁରୋ : କୋଭିଡରେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ଘଟଣା ଘଟିଛି ନୟାଗଡର ଇଟାମାଟି ଗାଁ ଟାଙ୍ଗିସାହି ପାଟଣାରେ । ଏହି ଗାଁର ଦିଲ୍ଲୀପ ପାତ୍ର ବର୍ଷେ ତଳେ ଉଭୟଙ୍କ ପ୍ରେମ ବିବାହ ହୋଇଥିଲା । ସଂପୃକ୍ତ ଦମ୍ପତି ଆଠମଲ୍ଲିକରେ ରହୁଥିଲେ । ଦିଲ୍ଲୀପ ଏକ ଘରୋଇ ବ୍ୟାଙ୍କରେ ମ୍ୟାନେଜର ଭାବେ କାମ କରୁଥିଲେ ।

Advertisment

ଦିଲ୍ଲୀପ ଗତ ସପ୍ତାହରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଯୁବକଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ଯୁବତୀଜଣଙ୍କ ନେଗେଟିଭ ଆସିବା ପରେ ଗାଁକୁ ଫେରିଥିଲେ । ତେବେ ମେଡିକାଲରେ କୋଭିଡ ଆକ୍ରାନ୍ତ ସ୍ୱାମୀଙ୍କ ମୃତ୍ୟୁ ହେବା ପରେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।