ସ୍ୱାମୀ ଆକ୍ୱାରିୟମ ସଫା କଲେନି ବୋଲି, ରାଗିଗଲେ ସ୍ତ୍ରୀ । ତେଲ ଗରମ କଲେ, ଆକ୍ୱାରିୟମ୍ ମାଛ ଖାଇଗଲେ ।

199

କନକ ବ୍ୟୁରୋ : ରାଗରେ ଖାଇଗଲେ ଆକ୍ୱାରିୟମ ମାଛ ! ରାଗରେ ଜଣେ ମହିଳା ଏମିତି ଏକ କାମ କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆକ୍ୱାରିୟମ ସଫା ହେଲାନି ବୋଲି ରାଗରେ ସେ ସବୁ ମାଛକୁ ଭାଜିକି ଖାଇଦେଲେ । ଘଟଣାଟି ଆପଣଙ୍କୁ ଟିକେ ଅଜୀବ ଲାଗୁଥାଇପାରେ ହେଲେ, ଏମିତି ଘଟଣା ବାସ୍ତବରେ ଘଟିଛି । ଜଣେ ମହିଳା ରାଗରେ ଏମିତି କାଣ୍ଡ କରିଛନ୍ତି । ସାମାନ୍ୟ କଥାରେ ରାଗିଯାଇ ମାଛମାନଙ୍କୁ ଖାଇଗଲେ ମହିଳା ।

ସ୍ୱାମୀ ଆକ୍ୱାରିୟମ ସଫା କରିବାକୁ ମନା କରିଦେବାରୁ ସେ କେଇ ସେକେଣ୍ଡ ମଧ୍ୟରେ ମାଛ ମାନଙ୍କୁ ଫ୍ରାଏ ପ୍ୟାନରେ ପକେଇ ଦେଲେ । କେହି କିଛି ବୁଝିବା ଆଗରୁ ସବୁକିଛି ଶେଷ ହେଇଗଲା । ସାମାନ୍ୟ କଥାରୁ ଏମିତି ଘଟଣା ଘଟିବ ତାହା କେହିବି ଜାଣିନଥିଲେ । ସ୍ୱାମୀଙ୍କୁ ଆକ୍ୱାରିୟମ ସଫା କରିବାକୁ ସ୍ତ୍ରୀ କହିଲେ, ହେଲେ ସ୍ୱାମୀ ଏହା କରିବାକୁ ମନା କରିଦେବାରୁ ରାଗିକି ଫାୟାର ପତ୍ନୀ । ସିଧା ଗଲେ ଆକ୍ୱାରିୟମରୁ ସ୍ୱାମୀଙ୍କ ପ୍ରିୟ ମାଛ ଗୁଡିକୁ କାଢି ପକାଇ କଢେଇରେ ଫ୍ରାଏ କରିଦେଲେ । ସ୍ୱାମୀ ପୁରା ହତବାକ୍, ସ୍ତ୍ରୀଙ୍କ ଏପରି କାରନାମାରେ । ବାସ୍ତବରେ କଣ ଏମିତି ରାଗିକି କିଏ କରେ । ହେଲେ ରାଗ ବେଳେ ଯେ ମଣିଷ କଣ କରିଦିଏ ତାର ଅନେକ ଉଦାହରଣ ରହିଛି, ହେଲେ ଏମିତି ସାମାନ୍ୟ କଥାକୁ ନେଇ ଏମିତି ଘଟିଯିବ ତାହା ପୂରା ଚିନ୍ତାଧାରା ବାହାରେ ।

ମିୟା କୁର୍ନିୟାବାନ ନାମକ ଜଣେ ମହିଳା ଏମିତି କରିକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି । ଏହି ମହିଳା ଜଣକ ନିଜ ସ୍ୱାମୀଙ୍କୁ ବହୁତ ଦିନରୁ କହି ଆସୁଥିଲେ କି ଆକ୍ୱାରିୟମକୁ ସଫା କରିବା ପାଇଁ । ଆଉ ତାଙ୍କ ସ୍ୱାମୀ ହିଁ ସଫା କରିବାକୁ କହି ସଫା କଲେ ନାହିଁ, ବାରମ୍ବାର କହିବା ପରେ ବି ତାଙ୍କ ସ୍ୱାମୀ ହଁ ସଫା କରିଦେବି କହି କିଛି ଶୁଣିନଥିଲେ । ଫଳରେ ଦିନେ ଛୁଟି ଦିନରେ ମହିଳା ଜଣକ ଯେତବେଳେ ତାଙ୍କ ସ୍ୱାମୀଙ୍କୁ ପୁଣି ଆକ୍ୱାରିୟମ ସଫା କଥା କହିଲେ, ସେତେବେଳେ ତାଙ୍କ ସ୍ୱାମୀ କରିପାରିବେନି ବୋଲି ମନା କରିଦେଲେ । ଫଳରେ ରାଗିଗଲେ ମହିଳା, ସିଧା ଗଲେ ଆକ୍ୱାରିୟମ ପାଖକୁ ଆଉ ତା ଭିତରୁ ସବୁଠୁ ସୁନ୍ଦର ସୁନେଲି ମାଛକୁ କାଢିଲେ ଓ ଗରମ ତେଲ କଢେଇରେ ଛାଡିଦେଲେ । ଏହା ଦେଖି ତାଙ୍କ ସ୍ୱାମୀ ପୁରା ନିର୍ବାକ, କାରଣ ସେ କେବେ ଭାବିନଥିଲେ କି ତାଙ୍କ ସ୍ତ୍ରୀ ଏମିତି କରିବେ ବୋଲି, କାରଣ ସେହି ସୁନେଲୀ ମାଛଟି ହେଉଛି ଦୁନିଆର ସବୂୁଠୁ ମହଙ୍ଗା ମାଛ । କାରଣ ଏହି ମାଛର ସୁନେଲୀ ରଙ୍ଗ ହିଁ ଏହାକୁ ଆକର୍ଷଣୀୟ କରିଥାଏ ଯେଉଁଥିପାଇଁ ଏହାର ଚାହିଦା ଅଧିକ ।

ଆଉ ଏହି ମହିଳାଙ୍କ ସ୍ୱାମୀ ବହୁତ ଖୋଜି ଖୋଜି ଏହି ମାଛଟିକୁ ପାଇଥିଲେ, ତାକୁ ଆଣି ଆକ୍ୱାରିୟମରେ ଛାଡିଦେଇଥିଲେ, ଏହି ମାଛଟି ତାଙ୍କର ଅତିପ୍ରିୟ ଥିଲା, ହେଲେ ମହିଳା ଜଣକ ନିଜ ସ୍ୱାମୀଙ୍କୁ ସବକ୍ ଶିଖାଇବା ପାଇଁ ଏମିତି କଲେ । ସିଧା ଏହି ସୁନେଲୀ ମାଛ ସହ ବାକି ମାଛଗୁଡିକୁ ଫ୍ରାଏ କରି ଖାଇଗଲେ, ତେବେ ମାଛ ଫ୍ରାଏ କଲା ବେଳେ ସେ ଭିଡିଓଟି ବନେଇଥିଲେ ଓ ସେଥିରେ ପୁରା କାହାଣି କହିଥିଲେ, ଆଉ ଭିଡିଓଟିକୁ ସେ ଟିକଟକରେ ପୋଷ୍ଟ କରିଦେଲେ, ଏହି ଭିଡିଓଟିକୁ ୪୦ଲକ୍ଷ ଥର ଦେଖା ସରିଲାଣି । ଆଉ ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି ।