କନକ ବ୍ୟୁରୋ : ଜୟପୁର ଟାଉନ ଥାନାରୁ ଆସିଛି ସାଂଘାତିକ ଅଭିଯୋଗ, ଯାହା ପୁଲିସ କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଜଣେ ମହିଳା ଥାନାରେ ଅଭିଯୋଗ କରି କହିଛନ୍ତି, ତାଙ୍କ ସ୍ୱାମୀଙ୍କ ୨୦ ଜଣ ସ୍ତ୍ରୀ ଅଛନ୍ତି । ଅନ୍ୟର ପତ୍ନୀକୁ ଘରକୁ ଆଣି ସ୍ୱାମୀ ତାଙ୍କୁ ଘରୁ ବାହାର କରିଦେଇଛି । ଜୟପୁର ଟାଉନ ଥାନାରେ ଏଭିଳି ଅଭିଯୋଗ ଆଣି ନ୍ୟାୟ ଭିକ୍ଷା କରିଛନ୍ତି ପୀଡିତ ମହିଳା ।
ଜୟପୁର ଟାଉନ ଥାନାରେ ଏଭଳି ଅଭିଯୋଗ ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଦେଇଛି । ମହିଳା ଜଣକ କହୁଛନ୍ତି, ତାଙ୍କ ସ୍ୱାମୀଙ୍କର ୨୦ ସ୍ତ୍ରୀ ଅଛନ୍ତି । ଅନ୍ୟ ପତ୍ନୀଙ୍କୁ ଘରକୁ ଆଣି ଏବେ ସ୍ୱାମୀ, ତାଙ୍କୁ ଓ ତାଙ୍କ ପୁଅ ଝିଅଙ୍କୁ ଘରୁ ବାହାର କରିଦେଇଛନ୍ତି ।
ସେପଟେ ସଂଯୁକ୍ତାଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି, ସ୍ୱାମୀ ପ୍ରଭାତ ଚେଟ୍ଟୀ । ସେ କହିଛନ୍ତି, ତାଙ୍କର କେବଳ ଦୁଇଟି ପତ୍ନୀ । ଦ୍ୱିତୀୟ ସ୍ତ୍ରୀ ସଂଯୁକ୍ତା ନାମରେ ଘର ଡିହ ରେଜିଷ୍ଟ୍ରେସନ କରିଦେଇଥିଲେ । ଏବେ ପ୍ରଥମ ସ୍ତ୍ରୀକୁ ଘରୁ ତଡିଦେବାରୁ ସଂଯୁକ୍ତା, ଝମେଲା କରୁଥିବା ପ୍ରଭାତ କହିଛନ୍ତି ।
ସେପଟେ ସଂଯୁକ୍ତାଙ୍କ ବୋହୁ ମଧ୍ୟ ଶ୍ୱଶୂର ପ୍ରଭାତ ଚେଟ୍ଟୀ ଏକାଧିକ ପତ୍ନୀ ରଖିଥିବା ଅଭିଯୋଗ କରିଛନ୍ତି । କହିଛନ୍ତି ନୂଆରେ ବାହା ହୋଇ ଆସାମରୁ ଆସି ୧୫ ଦିନ ଘରେ ରହିବା ପରେ ଶ୍ୱଶୂର ସମସ୍ତଙ୍କୁ ଘରୁ ବାହାର କରିଦେଇଛନ୍ତି ।