ସ୍ୱାମୀଙ୍କ ପାଇଁ ପ୍ରଚାର ମୈଦାନରେ ସ୍ତ୍ରୀ । ଗାଁ ଗାଁ ବୁଲି କରୁଛନ୍ତି ପ୍ରଚାର ।

161

କନକ ବ୍ୟୁରୋ: ସ୍ୱାମୀଙ୍କ ପାଇଁ ପ୍ରଚାର ମଇଦାନରେ ସ୍ତ୍ରୀ । ଗାଁ ଗାଁ ବୁଲି କରୁଛନ୍ତି । ପୁରୀ ଜିଲ୍ଲା ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କ ପାଇଁ ପ୍ରଚାର କରୁଛନ୍ତି ପତ୍ନୀ ଦେବ ବନିତା ଆଚାର୍ଯ୍ୟ । ଗାଁ ଦାଣ୍ଡରେ ଘରକୁ ଘର ଯାଇ ସ୍ୱାମୀଙ୍କ ପାଇଁ ମାଗୁଛନ୍ତି ଭୋଟ୍ । ୧୫ ବର୍ଷ ହେବ ଓମ୍ ପ୍ରକାଶ ଜନସେବା କରିଆସୁଛନ୍ତି । ଏଥର ସତ୍ୟବାଦୀ ବାସିନ୍ଦା ନିଶ୍ଚିତ ତାଙ୍କୁ ବିଜୟୀ କରାଇବେ ବୋଲି ଆଶା ରଖିଛନ୍ତି ପତ୍ନୀ ବନିତା । ସତ୍ୟବାଦୀରେ ବିଜେଡି ପ୍ରାର୍ଥୀ ସଂଜୟ ଦାସ ବର୍ମାଙ୍କ ସହ ଓମ୍ ପ୍ରକାଶ ମିଶ୍ରଙ୍କ କଡା ଟକ୍କର ।