କନକ ବ୍ୟୁରୋ : ସ୍ୱାମୀଙ୍କୁ ‘କଳା’ କହି ଅପମାନ କରିବା ନିଷ୍ଠୁରତା ସହ ସମାନ । ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଏପରି କହିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଆଉ ଏହି ଆଧାରରେ ବିବାହ ବିଚ୍ଛେଦ ମଧ୍ୟ ହୋଇପାରିବ ବୋଲି କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି । ସ୍ୱାମୀଙ୍କୁ କଳା କହି ଅପମାନ କରିବା ଆଧାରରେ ଛାଡ଼ପତ୍ର ମଂଜୁରୀ ଗ୍ରହଣ କରିହେବ ବୋଲି କୁହାଯାଇଛି । କର୍ଣ୍ଣାଟକ ହାଇକୋର୍ଟ ଏପରି ଟିପ୍ପଣୀ ଦେଇ ଏକ ଦମ୍ପତିଙ୍କ ଛାଡ଼ପତ୍ର ମଂଜୁରୀ କରିଛନ୍ତି । ସମସ୍ତ ତଥ୍ୟ ପ୍ରମାଣ ପରେ ଏପରି ନିଷ୍ପତି ନେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ସୂଚନା ଅନୁସାରେ, ପତ୍ନୀ ଜଣଙ୍କ ନିଜ ସ୍ୱାମୀଙ୍କୁ ବାରମ୍ବାର କଳା କହି ଅପମାନ କରିବା ସହ ତାଙ୍କ ଠାରୁ ଅଲଗା ରହୁଥିଲେ । ଏହି କଥାକୁ ଲୁଚାଇବାକୁ ଯାଇ ସ୍ୱାମୀଙ୍କ ବିରୋଧରେ ମିଥ୍ୟା ଅବୈଧ ସମ୍ପର୍କର ଅଭିଯୋଗ କରିଥିଲେ ପତ୍ନୀ । ଜଷ୍ଟିସ ଆଲୋକ ଅରାଧେ ଏବଂ ଅନନ୍ତ ରାମନାଥ ହେଗଡେଙ୍କ ଖଣ୍ଡପୀଠ ସ୍ୱାମୀଙ୍କ ଛାଡ଼ପତ୍ର ସ୍ୱୀକାର କରି ମାମଲାର ଶୁଣାଣି କରିଥିଲେ ।

Advertisment

କର୍ଣ୍ଣାଟକର ଏହି ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ଠାରୁ ଦୂରେଇ ରହିବା ପାଇଁ ମିଛ ଅଭିଯୋଗ ଆଣିଥିଲେ । ତଦନ୍ତ ପରେ ସତ ସାମ୍ନାକୁ ଆସିଥିଲା । ଆଉ ପତ୍ନୀ ଜଣକ ନିଜ ସ୍ୱାମୀଙ୍କୁ କଳା କହି ଅପମାନ କରୁଥିବା ମାମଲା ହାଇକୋର୍ଟରେ ପ୍ରମାଣିତ ହୋଇଛି । ହାଇକୋର୍ଟ ଏହାକୁ ଅତ୍ୟନ୍ତ ନିଷ୍ଠୁରତା କହିବା ସହ ଛାଡ଼ପତ୍ରକୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।