କନକ ବ୍ୟୁରୋ: ବିଧାତା ଏତେ ନିଷ୍ଠୁର କାହିଁକି? ହସଖୁସିର ପରିବାରକୁ ଯେମିତି ଢାଙ୍କିଛି ଦୁଃଖର କଳାବାଦଲ । ହାତଧରି ସାରା ଜୀବନ ଏକାଠି ଚାଲିବାକୁ କଥା ଦେଇଥିବା ଜୀବନସାଥୀ ଏବେ ଶଯ୍ୟାଶାୟୀ, ରୋଗ ଯନ୍ତ୍ରଣାରେ ଛଟପଟ । ସ୍ୱାମୀର ସେବାରେ ଦିନ ରାତି ଏକ କରିଦେଉଛି ସ୍ତ୍ରୀ । ହେଲେ ସ୍ୱାମୀର ଯନ୍ତ୍ରଣା ଦେଖି ସହିହେଉନି ।

Advertisment

ଆମେ କହୁଛୁ କେନ୍ଦୁଝର ହାଟଡିହି ବ୍ଲକ କପୁଣ୍ଡି ଗାଁର ବିଜୟଶ୍ରୀ ନନ୍ଦଙ୍କ କଥା । ଘରର ରୋଜଗାରିଆ ପୁଅ ଭାବେ ଯାହା ରୋଜଗାର କରୁଥିଲେ, ତା ସାଙ୍ଗକୁ ବାପା ଯାହା ଯେମିତି କାମ କରୁଥିଲେ ସେଥିରେ ୫ ପ୍ରାଣୀ କୁଟୁମ୍ବ ଧୀରେ ସୁସ୍ଥେ ଚାଲୁଥିଲା । ହେଲେ ହଠାତ୍ ବେଦରଦି ଦୁର୍ଭାଗ୍ୟ ଏ ପରିବାର ଉପରେ ନଜର ପକାଇଲା । ସବୁ କିଛି ଓଲଟ ପାଲଟ ହୋଇଗଲା । ଏବେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ବିଜୟଶ୍ରୀ । ଏ ବୟସରୁ ଏଭଳି ରୋଗ କଥା ଭାବିଲା ବେଳକୁ ସ୍ତ୍ରୀ ଓ ବାପା, ମାଙ୍କ ମୁଣ୍ଡ କାମ କରୁନି । ଅନବରତ ଏମାନଙ୍କ ଆଖିରୁ ଝରୁଛି ଲୁହ ।

ଫେବୃଆରୀ ମାସରେ ହଠାତ୍ ବିୟଶ୍ରୀଙ୍କ ପାଖରେ ଅସାଧାରଣ ବ୍ୟବହାର ଦେଖାଗଲା, ଗୋଡ ଦୁଇଟା ଫୁଲିଗଲା ଓ ଜ୍ୱର ହେଲା । ପରୀକ୍ଷା କଲାବେଳକୁ ବିଜୟଶ୍ରୀଙ୍କ ଦୁଇଟିଯାକ କିଡନୀ ଖରାପ ହୋଇଯାଇଛି ବୋଲି ଜାଣିବା ପରେ ପରିବାର ଲୋକଙ୍କ ପାଦ ତଳୁ ଯେମିତି ମାଟି ଖସିଯାଇଥିଲା । ସେବେଠାରୁ ଆଜିଯାଏଁ ଚିକିତ୍ସା ଚାଲିଛି । ବିଜୁ ସ୍ୱାସ୍ଥ୍ୟ କାର୍ଡରେ ୫ ଲକ୍ଷ ଟଙ୍କାର ବୀମା ରାଶି ସରିବାକୁ ବସିଲାଣି । ବାପା, ନିଜ ପୁଅକୁ ଗୋଟିଏ କିଡନୀ ଦେବାକୁ ରାଜି ହୋଇଥିଲେ ବି ଅସ୍ତ୍ରୋପଚାର ପାଇଁ କିନ୍ତୁ ସମ୍ବଳ ନାହିଁ । ତେଣୁ ପ୍ରଶାସନର ହାତଟେକାକୁ ଏବେ ଆଶା କରିଛନ୍ତି ବିଜୟଶ୍ରୀଙ୍କ ପରିବାର ।

ଏଭଳି ସମୟରେ ଯଦି କେହି ସହୃଦୟ ବ୍ୟକ୍ତି ବିଜୟଶ୍ରୀଙ୍କୁ ସାହାଯ୍ୟ କରିବାକୁ ଚାହାଁନ୍ତି ତେବେ ଠିକଣା ହେଲା:
ନାମ: ରଶ୍ମିରେଖା ନନ୍ଦ

STATE BANK OF INDIA

AC N0 -39385294753

IFSC CODE -SBIN0001086

BRANCH - ANANDAPUR

PHONE PAY – 7077578278