ମଦ ଦୁର୍ନୀତି ମାମଲାରେ ୩ଦିନିଆ ସିବିଆଇ ରିମାଣ୍ଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ,କେଜ୍ରିୱାଲଙ୍କୁ ପ୍ରତିଦିନ ଅଧଘଣ୍ଟାଏ ଭେଟି ପାରିବେ ସ୍ତ୍ରୀ ଓ ଓକିଲ ।

Advertisment
ମଦ ଦୁର୍ନୀତି ମାମଲାରେ ୩ଦିନିଆ ସିବିଆଇ ରିମାଣ୍ଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ,କେଜ୍ରିୱାଲଙ୍କୁ ପ୍ରତିଦିନ ଅଧଘଣ୍ଟାଏ ଭେଟି ପାରିବେ ସ୍ତ୍ରୀ ଓ ଓକିଲ ।

କନକବ୍ୟୁରୋ: ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ସିବିଆଇ କେଜରିୱାଲଙ୍କୁ ଟ୍ରାଏଲ କୋର୍ଟରେ ହାଜର କରାଇ ୫ ଦିନିଆ ରିମାଣ୍ଡ ମାଗିଥିଲା। ଏହା ଉପରେ କୋର୍ଟ ଶୁଣାଣି କରି ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ଏଥି ସହ କେଜରିୱାଲ ପ୍ରତିଦିନ ସ୍ତ୍ରୀ ଏବଂ ଓକିଲଙ୍କୁ ଅଧଘଣ୍ଟାଏ ପାଇଁ ଭେଟିପାରିବେ। ପାଖରେ ନିଜ ଔଷଧ ରଖିପାରିବେ। ଘର ଖାଦ୍ୟ ଖାଇପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି।

ଏହି ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୨୯ ତାରିଖରେ ହେବ। ଗତକାଲି କୋର୍ଟରେ ଶୁଣାଣି ବେଳେ କୋର୍ଟରେ କେଜରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ସୁଗର ଲେବଲ କମ୍ ହେବାରୁ ତାଙ୍କୁ ଅଲଗା ରୁମ୍ରେ ରଖାଯାଇଥିଲା। ଅନ୍ୟପଟେ କେଜରିୱାଲଙ୍କ ଜାମିନ୍ ଉପରେ ଦିଲ୍ଲୀ ହାଇକୋର୍ଟ ଅନ୍ତରୀଣ ରୋକ୍ ଲଗାଇବାକୁ ନେଇ ସୁପ୍ରିମ୍କୋଟରେ ହୋଇଥିବା ପିଟିସନକୁ କେଜରିୱାଲ ପ୍ରତ୍ୟାହାର କରିନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe