ଭାରତର ରାଜଧାନୀ ଦିଲ୍ଲୀରେ କିଛି ଦିନ ତଳେ ଜଣେ ମହିଳା ସ୍ୱାମୀଙ୍କ ଜିଭ କାଟି ଦେଇଥିବାର ଘଟଣା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ଯୁବକ ଜଣକ ଗୁରୁତର ଅବସ୍ଥାରେ ଡାକ୍ତରଖାଦାରେ ଭର୍ତ୍ତି ହୋଇଥିଲେ । ପୋଲିସ୍ ମୁତାବକ ମହିଳାଙ୍କ ଉପରେ ଆଇପିସି ଧାରା ୩୨୬ ଅନୁସାରେ ଆଜୀବନ କାରାଦଣ୍ଡର ଦଣ୍ଡ ଦିଆଯାଇଛି । ତେବେ ପୀଡିତ ଦ୍ୱିତୀୟ ଥର କଥା କହିପାରିବେ କି ନାହିଁ ତାହା କହିବା କଷ୍ଟକର । ଓକିଲଙ୍କ କହିବାନୁସାରେ ଏହି ଘଟଣାକୁ ଆଧାର କରି ସ୍ୱାମୀ ସ୍ତ୍ରୀଙ୍କ ଠାରୁ ଏଥିପାଇଁ ଛାଡପତ୍ର ବି ନେଇପାରିବେ । ହିନ୍ଦୁ ବିବାହ ନିୟମ ଅନୁସାରେ ସେକ୍ସନ୍ ୧୩ ରେ ଛାଡପତ୍ର ଆଧାର ରହିଛି । ଏହା ସ୍ୱାମୀ ଏବଂ ସ୍ତ୍ରୀ ଦୁହିଁଙ୍କ ଉପରେ ଲାଗୁ ହୋଇଥାଏ । ଏହାଛଡା ଆଇପିସିର ବିଭିନ୍ନ ଧାରା ଅନୁସାରେ ଏଥିପାଇଁ କେସ୍ ମଧ୍ୟ ହୋଇପାରିବ । ଜାଣନ୍ତୁ ମାରପିଟ ସହ ଜଡିତ ଥିବା ୫ ଧାରା ବିଷୟରେ ।
ଯଦି କେହି ଆପଣଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି ତେବେ ସେଠାରେ ଆଇପିସିର ଧାରା ୩୨୪ ଲାଗିଥାଏ । ଏଥିରେ ଦାନ୍ତରେ କାମୁଡିବା,କୌଣସି ଜୀବଜନ୍ତୁ ଦ୍ୱାରା ମାରିବାକୁ ଚେଷ୍ଟା କରିବା କିମ୍ବା ନିଜେ ଅସ୍ତ୍ରରେ ମାରିବାକୁ ଚେଷ୍ଟା କରିବା,ଗମ୍ଭୀର କ୍ଷତ ଆସିବା ଆଦି ହେଲେ ଆଇପିସି ଧାରା ୩୨୫ ଲାଗୁ ହେବ । ଏଥିରେ ୭ ବର୍ଷ ପାଇଁ ଦଣ୍ଡବିଧାନ ହୋଇପାରେ । ଆକ୍ରମଣରେ ବିସ୍ଫୋଟକ ବ୍ୟବହାର କଲେ ଆଇପିସି ଧାରା ୩୨୬ ଲାଗୁ ହୋଇଥାଏ । ଏଥିରେ ୧୦ ବର୍ଷ ଏବଂ ଅଧିକତଃ ଆଜୀବନ କାରାଦଣ୍ଡର ଦଣ୍ଡ ମିଳେ । ଅନ୍ୟପକ୍ଷେ କାହାସହ ମାରପିଟ୍ କରିବା ,ଚାପୁଡା ମାରିବା ଆଦିରେ ଆଇପିସିର ଧାରା ୩୨୩ ଲାଗୁ ହେବ । ଏଭଳି ସ୍ଥିତିରେ ପୋଲିସ୍ ସିଧାସଳଖ କେସ୍ କରିପାରିବ ନାହିଁ କୋର୍ଟର ଆଦେଶ ମିଳିବା ପରେ ହିଁ କେସ୍ ହେବ । କାହାର ହତ୍ୟା ପାଇଁ ଉଦ୍ୟମ କରୁଥିଲେ ଆଇପିସି ଧାରା ୩୦୭ ଲାଗିଥାଏ ଯେଉଁଥିପାଇଁ ଆଜୀବନ କାରାଦଣ୍ଡ ଭୋଗିବାକୁ ପଡେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/JAIL.jpg)
/kanak/media/post_attachments/wp-content/uploads/2019/01/article-1280694-09BA5A25000005DC-780_468x303-300x194.jpg)
/kanak/media/post_attachments/wp-content/uploads/2019/01/hi-women-prison-852-300x169.gif)