କନକ ବ୍ୟୁରୋ: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକରେ ଭତ୍ତା ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ବିଶେଷକରି ସଲଙ୍ଗ ପଞ୍ଚାୟତରେ ୭୦ରୁ ଉଦ୍ଧ୍ୱର୍ ହିତାଧିକାରୀ ଭତା ପାଇନଥିବା ଅଭିଯୋଗ କରିଛନ୍ତି । ସେମାନେ ବାରମ୍ବାର ବ୍ଲକ ଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ଦୌଡିନିରାଶ ହୋଇଛନ୍ତି । କେନ୍ଦ୍ର ଓ ରାଜ୍ୟସରକାର ବୃଦ୍ଧାଏବଂ ବୃଦ୍ଧଙ୍କ ହିତ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି । ହେଲେ ଏହା କେତେଦୂର ସଫଳ ରୁପାୟନ ହେଉଛି ଏହି ଘଟଣାରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ହିତାଧିକାରୀ ମାନେ ୧୪ମାସ ହେଲା ଭତା ପାଇନାହାନ୍ତି । ଅଭିଯୋଗ କଲେ ଗତ ମାସରେ ସେପ୍ଟେମ୍ବର ମାସର ଭତା ଦେଇ ଚୁପ ରହିଛି ପ୍ରଶାସନ । ସେମାନଙ୍କୁ ଦୀର୍ଘମାସ କାହିଁକି ଭତା ମିଳୁନି ବୋଲି ଅଭିଯୋଗ କଲେ ଉତ୍ତର ମିଳୁଛି ତମ ଆକାଉଂଟକୁ ପଠାଯାଇ ସାରିଛି । ହେଲେ ବ୍ୟାଙ୍କରେ ଚେକ କଲେ ଖାତାରେ ପଇସା ନାହିଁ । ଭତା ପଇସା ନପାଇ ହିତାଧିକାରୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବୟସର ଅପରାହ୍ନରେ ପହଞ୍ଚିଥିବା ହିତାଧିକାରୀ ବକେୟା ଭତ୍ତା ପାଇବା ପାଇଁ ଚାତକ ଭଳି ଚାହିଁ ରହିଛନ୍ତି । ବକେୟା କେବେ ମିଳିବ ସେନେଇ ହିତାଧିକାରୀ ମାନେ ଏବେ ସନ୍ଦେହରେ ପଡ଼ିଛନ୍ତି ।
ନିମାପଡାରେ ଭତ୍ତା ବଣ୍ଟନରେ ବ୍ୟାପକ ଅନିୟମିତତା। ୭୦ ହିତାଧିକାରୀ ଭତ୍ତା ପାଇନଥିବା ଅଭିଯୋଗ।
/kanak/media/post_attachments/wp-content/uploads/2022/11/hdhdhd.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)