କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି ୟୁନିଭର୍ସିଟି ଲ’ କଲେଜ । କଲେଜର ଭୁଲ ପାଇଁ ଭୋଗୁଛନ୍ତି ଛାତ୍ରଛାତ୍ରୀ । ଏଠାରେ ପାଠ ପଢୁଥିବା ଛାତ୍ରଛାତ୍ରୀ, ଅନ୍ୟ ରାଜ୍ୟରେ ପ୍ରାକ୍ଟିସ କରିବା ପାଇଁ ଲାଇସସେନ୍ସ ଦେଉ ନାହିଁ ବାର୍ କାଉନସିଲ ଅଫ ଇଣ୍ଡିଆ । କଲେଜର ଏଭଳି ଅନିୟମିତତାକୁ ନେଇ ଛାତ୍ର ଅସନ୍ତୋଷ ଦାନ ବାନ୍ଧୁଥିବା ବେଳେ କଲେଜ ଅଧ୍ୟକ୍ଷ କହିଛନ୍ତି ଖୁବ୍ଶୀଘ୍ର ହେବ ସମାଧାନ ।
ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୟୁନିଭରସିଟି ଲ’ କଲେଜରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ବାର୍ କାଉନସିଲ ଅଫ ଇଣ୍ଡିଆ ପ୍ରାକ୍ଟିସ କରିବା ପାଇଁ ଆଉ ଦେଉନାହିଁ ଲାଇସସେନ୍ସ । ଯାହା ଫଳରେ ବାହାର ରାଜ୍ୟର କୋର୍ଟରେ ଲ’ ପ୍ରାକ୍ଟିସ କରିପାରୁନାହାନ୍ତି ଛାତ୍ରଛାତ୍ରୀ । ଯେଉଁଥିପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ । ଗୁରୁତ୍ୱପୁର୍ଣ କଥା ହେଉଛି, ୨୦୧୯ ମସିିହାରୁ କଲେଜ ଭିତିଭୂମି, ଅଧ୍ୟାପକ ଅଭାବ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବାର କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଲ’ କଲେଜକୁ ବାରମ୍ବାର ତାଗିଦ କରାଯାଇ ଉତର ଦେବାକୁ କୁହାଯାଇଥିଲେ, ମଧ୍ୟ କଲେଜ ତରଫରୁ କୌଣସି ସନ୍ତୋଷଜନକ ଉତର କାଉନସିଲକୁ ଦିଆଯାଇନାହିଁ । ନଜର ପକାନ୍ତୁ ବାର କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଲ କଲେଜକୁ ଦିଆଯାଇଥିବା ଏହି ଚିଠି ଉପରେ । ଯେଉଁଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ,
୨୦୧୯ ମସିହା ପରଠାରୁ କଲେଜରେ ଛାତ୍ରଛାତ୍ରୀଙ୍କ ନାମ ଲେଖା ଉପରେ କାଉନସିଲ ପକ୍ଷରୁ ରୋକ ଲଗାଯାଇଛି
ଯଦି କୌଣସି ଆଡମିଶନ ହେଉଛି, ତେବେ ସେମାନଙ୍କୁ ଲାଇସେନ୍ସ ଦିଆଯିବ ନାହିଁ
ସେପଟେ ଏପରି ସମସ୍ୟାକୁ ନେଇ ମୁହଁ ଖୋଲିଛନ୍ତି ଲ’ କଲେଜ ଅଦ୍ଧକ୍ଷ । ବାର୍ କାଉନସିଲ ଅଫ ଇଣ୍ଡିଆକୁ ଦିଆଯାଉଥିବା ଅନୁବନ୍ଧିତ ରାଶିକୁ ନେଇ ସମସ୍ୟା ସୃଷ୍ଟି ହୋଇଥିବା କଥା ଅନୁମାନ କରାଯାଉଛି ବୋଲିି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କହିଛନ୍ତି,
- ୨୦୧୭-୧୮ ମସିହାରୁ ଲ’ କଲେଜ ପକ୍ଷରୁ ବାର୍ କାଉନସିଲ ଅଫ ଇଣ୍ଡିଆକୁ ଦିଆଯାଉଥିବା ଅନୁବନ୍ଧିତ ରାଶିକୁ ଅପଡେଟ୍ କରାଯାଉନାହିଁ ।
- ୨୦୧୭ ମସିହାରୁ ବାର୍ କାଉନସିଲ ଅଫ ଇଣ୍ଡିଆ ତରଫରୁ ଲ’ କଲେଜକୁ ଆସିଥିବା ଅନେକ ଚିଠିର ସନ୍ତୋଷଜନକ ଉତ୍ତର ସେତେବେଳର ପ୍ରିନ୍ସିପାଲ ଦେଇପାରି ନଥିଲେ
- ଯେଉଁ କାରଣରୁ ବାର୍ କାଉନସିଲ ଅଫ ଇଣ୍ଡିଆ ଲାଇସେନ୍ସ ଦେବା ବନ୍ଦ କରିଥାଇପାରନ୍ତି
- ସମସ୍ୟା ସମ୍ବନ୍ଧରେ ବାର୍ କାଉନସିଲ ଅଫ ଇଣ୍ଡିଆକୁ ସମସ୍ତ ତଥ୍ୟ ସହ ଚିଠି ଦିଆଯାଇଛି
ଆଉ ଖୁବ ଶିଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ୟୁନିଭରସିଟି ଲ କଲେଜର ନୂତନ ଅଧ୍ୟକ୍ଷ ସୁକାନ୍ତ ନନ୍ଦ । ୟୁନିଭରସିଟି ଲ’ କଲେଜ ଓ ବାର୍ କାଉନସିଲ ଅଫ ଇଣ୍ଡିଆ ଭିତରେ ହୋଇଥିବା ବିବାଦରେ -ଅଯଥାରେ ଫସିଛନ୍ତି ଛାତ୍ର ଛାତ୍ରୀ । ପରିଶ୍ରମ କରି ପାଠ ପଢ଼ି ସାରିବା ପରେ ଯଦି ଓକିଲାତି କରିବା ପାଇଁ ଲାଇସେନ୍ସ ନମିଳୁଛି ତେବେ ଏହି ଲ କଲେଜରେ ପାଠ ପଢି ଲାଭ କଣ ବୋଲି ପ୍ରଶ୍ନ କରୁଛନ୍ତି ଛାତ୍ରଛାତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/ll.jpg)