କନକ ବ୍ୟୁରୋ: ରାସ୍ତାରେ ପିଚୁ ପକାଇବାର ଦୁଇ ଦିନ ଯାଇନି, ଉଠିଗଲାଣି ପିଚୁ । ପାରଳାଖେମୁଣ୍ଡି ଉପକଣ୍ଠ ସୀତାସାଗର ଦେଇ ଆନ୍ଧ୍ରସୀମାକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ନିମ୍ନମାନର ହୋଇଥିବା ଅଭିଯୋଗ । ଏନେଇ ସାଧାରଣରେ ତ୍ରୀବ ଅସନ୍ତୋଷ ପ୍ରକାଶ ପାଇବା ସହ ସଠିକ୍ ଭାବେ କାର୍ଯ୍ୟ କରିବାକୁ ଦାବି ହୋଇଛି । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦୁର୍ଗମ ଅଂଚଳ ପାଇଁ ସୁବିଧା ଯୋଗାଉଛନ୍ତି । ହେଲେ କେତେକ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ କାମ ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ । ପାରଳଖେମୁଣ୍ଡି ପୌର ପରିଷଦର ୫ନମ୍ବର ୱାର୍ଡ ଜଙ୍ଗମ ସାହି ଛକରୁ ସୀତାସାଗର ଦେଇ ଆନ୍ଧ୍ରକୁ ସଂଯୋଗ ହେଉଥିବା ରାସ୍ତା ନିମ୍ନ ମାନର ହେଉଥିବା ଅଭିଯୋଗ । ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହି କାମ ସଠିକ୍ ଭାବେ କରାଯିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

Advertisment