କନକ ବ୍ୟୁରୋ: ଚାଷୀଙ୍କ ଧାନ ଅମଳ ସରିବାକୁ ବସିଲାଣି, ଆଉ କିଛି ଦିନ ପରେ ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା । ଏହା ପୂର୍ବରୁ ସାମ୍ନାକୁ ଆସିଛି ଧାନ କିଣାରେ ବ୍ୟାପକ ଦୁର୍ନୀତିର ଚିତ୍ର । କେତେବେଳେ ଟୋକନ ସ୍କାମ ତ କେତେବେଳେ ଅଖା ଦୁର୍ନୀତି । ପୁଣି କେତେବେଳେ କଟନୀ ଛଟନୀ ପାଇଁ ଚାଷୀ ସମସ୍ୟା ଖବର ସାମ୍ନାକୁ ଆସିଥାଏ । ଚଳିତ ବର୍ଷ ଖୋଦ ଧାନ କିଣାରେ ଦୁର୍ନୀତିର କଥା ସାମ୍ନାକୁ ଆସିଛି । ଧାନ ବିକ୍ରି କରିବା ପାଇଁ ଚାଷୀ ପଞ୍ଜିକରଣ କରିବା ପରେ ରାଜ୍ୟ ସରାକରଙ୍କ ପକ୍ଷରୁ କରାଯାଇଥିବା ସାଟେଲାଇଟ୍ ସର୍ଭେରୁ ଧରାପଡିଛି ସାଘାଂତିକ ସତ । ୨୬ ହଜାରରୁ ଉଦ୍ଧ୍ୱର୍ ପ୍ଲଟରେ ଚାଷ ନହୋଇ ସେଥିରେ ଚାଷ ହୋଇଥିବା ଦର୍ଶାଇ ହୋଇଥିଲା ପଞ୍ଜୀକରଣ । ସାଟେଲାଇଟ୍ ସର୍ଭେରୁ ଏହା ଜଣାପଡିବା ପରେ ବର୍ତମାନ ଚାଲିଛି ସରଜମିନ ତଦନ୍ତ । ଜିଲ୍ଲାର ହେମଗିରି ଲ୍ୟାମ୍ପ୍ସରେ ସର୍ବାଧିକ ୧୬୭୩ ପ୍ଲଟରେ ଚାଷ ନହୋଇ ଚାଷ ହୋଇଥିବା ଦର୍ଶାଇ ପଞ୍ଜୀକରଣ ହୋଇଛି ।

Advertisment

ସେହିପରି ବଣାଇଁ ଲ୍ୟାମ୍ପସରେ ୧୨୮୮ ପ୍ଲଟ, ଉଜ୍ୱଳପୁର ଲ୍ୟାମ୍ପସରେ ୧୨୭୯, କିଞ୍ଜିରକେଲା ଲ୍ୟାମ୍ପସରେ ୧୦୫୫, ସାହାଜବାହାଲ ଲ୍ୟାମ୍ପସରେ ୧୦୭୧, ଭେଡାବାହାଲ ଲ୍ୟାମ୍ପସରେ ୯୫୧ ପ୍ଲଟରେ ଚାଷ ହୋଇନାହିଁ । ସେହିପରି ସମଗ୍ର ଜିଲ୍ଲାରେ ୨୬ହଜାର ୫୦୪ ଟି ପ୍ଲଟରେ ଚାଷ ହୋଇନାହିଁ କିନ୍ତୁ ଚାଷ ହୋଇଥିବା ଦର୍ଶାଇ ପଞ୍ଜିକରଣ କରାଯାଇଛି । ଏହା ସାଟେଲାଇଟ ସର୍ଭେରୁ ଜଣାପଡିବା ପରେ ଡିଆରସିଏସଙ୍କ ନିର୍ଦେଶ କ୍ରମେ ସମସ୍ତ ଲ୍ୟାମ୍ପସ କର୍ମଚାରୀ ମାନେ ପ୍ଲଟକୁ ପ୍ଲଟ ଯାଇ ସରଜମିନ ତଦନ୍ତ କରୁଛନ୍ତି ।