ୱେଷ୍ଟଇଣ୍ଡିଜଠାରୁ ଭାରତର ଲଜ୍ଜାଜନକ ସିରିଜ୍ ପରାଜୟ : ନିର୍ଣ୍ଣାୟକ ଟି-୨୦ରେ ୮ ୱିକେଟରେ ଜିତିଲା ଘରୋଇ ଦଳ

ୱେଷ୍ଟଇଣ୍ଡିଜଠାରୁ ଭାରତର ଲଜ୍ଜାଜନକ ସିରିଜ୍ ପରାଜୟ : ନିର୍ଣ୍ଣାୟକ ଟି-୨୦ରେ ୮ ୱିକେଟରେ ଜିତିଲା ଘରୋଇ ଦଳ

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜଠାରୁ ସିରିଜ୍ ହାରିଲା ଟିମ୍ ଇଣ୍ଡିଆ । ପଞ୍ଚମ ତଥା ନିର୍ଣ୍ଣାୟକ ଟି-୨୦କୁ ୮ ୱିକେଟରେ ଜିତିନେଲା ଘରୋଇ ଦଳ । ପ୍ରଥମ ବ୍ୟାଟିଂ କରି ଭାରତର ୯ ୱିକେଟ୍ ହରାଇ ୧୬୫ ରନ୍ କରିଥିଲା । ଅର୍ଦ୍ଧଶତକ ହାସଲ କରିଥିଲେ ସୂର୍ଯ୍ୟକୁମାର ଯାଦବ ।

ର୍ଯ୍ୟକୁମାର ଯାଦବଙ୍କ କ୍ରମାଗତ ଅର୍ଦ୍ଧଶତକ ସତ୍ତ୍ବେ ଭାରତ ପ୍ରଥମେ ବ୍ୟାଟିଂ କରି ୧୬୫ ରନ୍‌ କରିଥିଲା। ପୂର୍ବ ରାତିରେ ଶୁବମନ ଗିଲ୍‌ ଓ ଯଶସ୍ବୀ ଜୟସ୍ବାଲ୍‌ ପ୍ରଥମ ୱିକେଟ୍‌ ପାଇଁ ୧୬୫ ରନ୍‌ ସଂଗ୍ରହ କରିଥିବା ବେଳେ ୨୪ ଘଣ୍ଟା ପରେ ଦଳ ମୋଟ ୧୬୫ ରନ୍‌ ପାଇଁ ୯ ୱିକେଟ୍‌ ହରାଇ ଦେଇଥିଲା। ତୃତୀୟ ଓଭର ଏବଂ ୧୭ ରନ୍‌ ଭିତରେ ପ୍ରାରମ୍ଭିକ ଯୋଡ଼ି ଗିଲ୍‌ ଓ ଜୟସ୍ବାଲ ପ୍ୟାଭିଲିଅନ୍ ଫେରିଯାଇଥିଲେ। ସୂର୍ଯ୍ୟକୁମାର ଏବଂ ତିଳକ ବର୍ମା ୫ ଓଭରରେ ୪୯ ରନ୍‌ ଯୋଡ଼ି ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ ।

ତିଳକଙ୍କ ବିଦାୟ ପରେ ଭାରତ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲେ। ସୂର୍ଯ୍ୟଙ୍କ ୩୮ ବଲ୍ ଅର୍ଦ୍ଧଶତକ ବିଶେଷ ଫରକ ପକାଇପାରିନଥିଲା। ହାର୍ଦିକ ପାଣ୍ଡ୍ୟା ମଧ୍ୟ ୧୮ ବଲ୍‌ ନଷ୍ଟ କରି ମାତ୍ର ୧୪ ରନ୍ କରିବା ଦଳକୁ ତଳମୁହାଁ ରଖିଥିଲା। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ରୋମାରିଓ ସେଫର୍ଡ ସର୍ବାଧିକ ୪ ୱିକେଟ୍ ଅକ୍ତିଆର କରିଥିବା ବେଳେ ଅକିଲ ହୋସେନ୍‌ ଏବଂ ଜାସନ୍ ‌ହୋଲ୍‌ଡର ୨-୨ ୱିକେଟ୍ ନେଇ ଭାରତକୁ ରୋକିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe