ସଲମାନ୍ ହେଉଛନ୍ତି ସବୁଠାରୁ ଖରାପ ଅଭିନେତା ! ଆମେ କହୁନୁ  ଆଜ୍ଞା ଗୁଗଲ୍ ଏଭଳି କହୁଛି ।  

53

ବଲିଉଡ ସବୁଠାରୁ ଲୋକପ୍ରିୟ ଷ୍ଟାର ଯାହାଙ୍କ ଗୋଟିଏ ଡ୍ୟାନ୍ସ ଷ୍ଟେପ୍ ସାଇନ୍ ଷ୍ଟେପ୍ ହୋଇଯାଏ ତାଙ୍କୁ ଏବେ ସବୁଠାରୁ ଖରାପ ଅଭିନେତାର ମାନ୍ୟତା ମିଳିଛି । ସେ ଆଉ କେହି ନୁହଁନ୍ତି ବଲିଉଡ୍ ଦବଙ୍ଗ ସଲମାନ୍ ଖାନ୍ । ସଲମାନ ଖାନଙ୍କ ଫିଲ୍ମ ରେସ-୩ ରିଲିଜ ହେବା ପରେ ସମସ୍ତଙ୍କ ନଜର ଏବେ ଫିଲ୍ମର ସଫଳତାକୁ ନେଇ ରହିଛି । ୩ଦିନରେ ରେସ-୩ ଅନେକ ରେକର୍ଡ ଭାଙ୍ଗି ସାରିଲାଣି । ଏହାବ୍ୟତୀତ ସଲମାନ ଖାନ ସମସ୍ତଙ୍କ ନଜରରେ ସବୁଡାରୁ ଖରାପ ଅଭିନେତା ଅଟନ୍ତି । ଏହା ଆଉ କେହି ନୁହେଁ ବରଂ ଗୁଗଲ ସର୍ଚ ଇଂଜିନ ଜଣାଇଛି । ଆପଣ ଯେତେବେଳେ ସର୍ଚ ଇଂଜିନ ଖୋଲିବେ ଏବଂ ‘Worst Bollywood Actor’ ଲେଖିବେ ସେଥିରେ ସଲମାନ ଖାନଙ୍କ ନାଁ ଟପରେ ନଜର ଆସିବ ।

ସଲମାନ ଖାନଙ୍କୁ ‘Worst Bollywood Actor’ କହୁଥିବା ସମୟରେ ନିଆଯାଇôଥବା ସ୍କ୍ରିନ ସଟ୍ ଏବେ ସୋସିଆଲ ମିଡିଆରେ ଖୁବ ଦୃତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । କିଛି ୟୁଜର୍ସ ସଲମାନ ଖାନଙ୍କୁ ଟ୍ରୋଲ କରିଛନ୍ତି ଏବଂ କିଛି ଏହାକୁ ଗୁଗଲର ତ୍ରୁଟି ବୋଲି କହିଛନ୍ତି ।

ଜଣେ ୟୁଜର କହିଛନ୍ତି ଗୁଗଲ ସଲମାନଙ୍କୁ ଖରାପ ଅଭିନେତା କହୁଥିବା ବେଳେ ଆପଣମାନେ ରେସ-୩ ଦେଖିବାରେ ଲାଗିଛନ୍ତି । ସେହିଭଳି ଅନ୍ୟ ଜଣେ ଲେଖିଛନ୍ତି ଯେ ଗୁଗଲ କେବେ ଭୂଲ ହୋଇ ନଥାଇ ପାରେ ।