ଅଧିକାଂଶ ମହିଳାମାନେ କାହିଁକି ମେଦବହୁଳତାର ଶିକାର ହୁଅନ୍ତି ! ଜାଣିଛନ୍ତି କି ?

ଅଧିକାଂଶ ମହିଳାମାନେ କାହିଁକି ମେଦବହୁଳତାର ଶିକାର ହୁଅନ୍ତି ! ଜାଣିଛନ୍ତି କି ?

image courtesy -Asianet Newsable

ଓଡ଼ିଆରେ ଏକ ଢ଼ଗ ଅଛି, ଚିନ୍ତା ଖାଏ ଗଣ୍ଡି। ଅର୍ଥାତ ଚିନ୍ତାଗ୍ରସ୍ତ ଲୋକର ଶରୀର କ୍ଷୀଣକାୟ ହୋଇପଡ଼େ। କିନ୍ତୁ ନିକଟରେ ଏକ ଅନୁସନ୍ଧାନରୁ ଜଣାଯାଇଛି, ମାତ୍ରାଧିକ ମାନସିକ ଚାପ ଏବଂ ନକରାତ୍ମକ ଭାବନା ଦେଇ ଗତି କରୁଥିବା ମହିଳାମାନଙ୍କ ଠାରେ ଅପେକ୍ଷାକୃତ ଅଧିକ ମୋଟାପଣ ଦେଖା ଦେଇଥାଏ। ଏହି ପରିସ୍ଥିତି ଦେଇ ଅତିକ୍ରମ କରିବା ଦ୍ୱାରା ହୃଦଘାତ, ମଧୁମେହ, କ୍ୟାନସର ଆଦି ରୋଗ ହେବାର ମଧ୍ୟ ଆଶଙ୍କା ରହିଥାଏ।

publive-image

ଯେଉଁ ମହିଳାମାନେ ଚାରିଟି ଭିନ୍ନ କାରଣର ନକାରାତ୍ମକ ମାନସିକ ଚାପ ଦେଇ ଗତି କରୁଥାନ୍ତି, ସେମାନଙ୍କଠାରେ ଅନ୍ୟ ମହିଳାମାନଙ୍କ ଅପେକ୍ଷାରେ ୩୬ ପ୍ରତିଶତ ଅଧିକ ମାତ୍ରାରେ ମେଦ ବହୁଳତା ଦେଖା ଦେଇଥାଏ। ଏହା ୨୦୧୭ରେ କାଲିଫର୍ଣ୍ଣିଆରେ ହୋଇଥିବା ଆମେରିକାନ ହାର୍ଟ ଆସୋସିଅସନର ଏକ ସମ୍ମିଳନୀରେ ଏହା ଦର୍ଶାଯାଇଛି।

ବହୁତ କମ ବ୍ୟକ୍ତି ନକାରାତ୍ମକ ଚିନ୍ତାଧାରା ଦ୍ୱାରା ମହିଳାଙ୍କ ଶରୀରରେ ମେଦ ବହୁଳତା ବଢ଼େ ବୋଲି ଜାଣିଥିବେ। ଆମେ ଜାଣିଛୁ,ଚିନ୍ତା ଦ୍ୱାରା ଆମର ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖାଯାଇଥାଏ। ଶରୀରରେ ଥିବା ନ୍ୟୁରୋ -ହରମୋନାଲ ପରିବର୍ତ୍ତନ ହୋଇ କୋର୍ଟିସଲ ସୃଷ୍ଟି ହୋଇଥାଏ,ଯାହା ମେଦ ବୃଦ୍ଧିର କାରଣରେ ବଦଳିଥାଏ। ଅଧିକ ବୟସ ବଞ୍ଚିଥିବା ମହିଳାଙ୍କ ପାଖରେ ମେଦ ବହୁଳତାରୁ ସୃଷ୍ଟି ହେଉଥିବା କ୍ରନିକ୍ ରୋଗ ଏବଂ କାର୍ଡ଼ିଓଭସକୁଲାର ରୋଗ ଦେଖାଯାଇନଥାଏ ବୋଲି କହିଥିଲେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ମିଖାଇଲ୍ ଏ ଆଲବର୍ଟ।

ଏହି ଗବେଷଣା ୨୧,୯୦୪ ଜଣ ମଧ୍ୟ ଏବଂ ପରିଣତ ବୟସର ମହିଳାମାନଙ୍କୁ ନେଇ ହୋଇଥିଲା। ଏହା ବିଭିନ୍ନ କାରଣରୁ ଜୀବନରେ ଚିନ୍ତାଗ୍ରସ୍ତ ଥିବା ମହିଳା ଏବଂ ମେଦ ବହୁଳତା ଥିବା ମହିଳାଙ୍କୁ ନେଇ ହୋଇଥିଲା। ଗବେଷକମାନେ ଚିନ୍ତାକୁ ଦୁଇ ଭାଗରେ ବିଭକ୍ତ କରିଥିଲେ। ପ୍ରଥମତଃ ଟ୍ରାଓମ୍ୟାଟିକ, ଯାହା ମହିଳାଙ୍କର ଛୁଆର ମୃତ୍ୟୁ କିମ୍ବା କୌଣସି ଶାରୀରିକ ଆଘାତରୁ ସୃଷ୍ଟି ହୋଇଥାଏ। ଦ୍ୱିତୀୟତଃ ନକରାତ୍ମକ ଚିନ୍ତାଧାରା ଯାହା ବିଗତ ୫ ବର୍ଷ ମଧ୍ୟରେ ହୋଇଥିବା ଚାକିରି ଜଡ଼ିତ ଆଘାତରୁ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe