କନକ ବ୍ୟୁରୋ : ସାବରୀମାଲା ମନ୍ଦିରକୁ ପଶିପାରିବେ ମହିଳା । ଆସିଲା ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ରାୟ । କେରଳର ପ୍ରସିଦ୍ଧ ସାବରୀମାଲାମନ୍ଦିରରେ ମହିଳାଙ୍କ ପ୍ରସଙ୍ଗ ନେଇ ଆଜି ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ରହିଥିବା କଟକଣା ଉଠିଥିଲା । ମାମଲାର ନିଷ୍ପତି ଶୁଣାଇଥିଲେ ସାମ୍ବିଧାନିକ ଖଣ୍ଡପୀଠ । ପାଂଚ ଜଣିଆ ବେଂଚ ମିହଳାଙ୍କ ପକ୍ଷରେ ନିଷ୍ପତି ଶୁଣାଇଥିଲେ । ପୂର୍ବତନ ମୁଖ୍ୟ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଚନ୍ଦ୍ରଚୁଡ଼, ଜଷ୍ଟିସ୍ ନରିମନ୍, ଜଷ୍ଟିସ୍ ଖାନୱିଲକର, ମହିଳାଙ୍କ ପକ୍ଷରେ ହିଁ ନିଷ୍ପତ୍ତି ଶୁଣାଇଥିଲେ ।

Advertisment

ତେବେ ପୂର୍ବତନ ମୁଖ୍ୟ ବିଚାରପତି ଦୀପକ ମିଶ୍ର କହିଥିଲେ , ଆସ୍ଥା ନାମରେ ଲିଙ୍ଗଭେଦ କରିବା ଠିକ୍ ନୁହେଁ । ନିୟମ ଓ କାନୁନ ଉଭୟ ପୁରୁଷ ଓ ମହିଳା ପାଇଁ ସମାନ୍ । ମହିଳାଙ୍କ ପାଇଁ ଭିନ୍ନ ମାପଦଣ୍ଡ ସେମାନଙ୍କ ସମ୍ମାନରେ ଆଂଚ ଆଣୁଥିଲା । ସୁପ୍ରିମକୋର୍ଟ କହିଥିଲେ, ଭଗବାନ ଅୟପ୍ପାଙ୍କଙ୍କ ଭକ୍ତଙ୍କୁ ଭାଗ ଭାଗ କରିବା ଉଚିତ ନୁହେଁ । ସୁପ୍ରମକୋର୍ଟ ଅନୁଚ୍ଛେଦ ୨୫ ଅନୁସାରେ ସମସ୍ତେ ସମାନ । ସମାଜରେ ପରିବର୍ତ୍ତନ ଜରୁରୀ । ପୂର୍ବରୁ ମହିଳାମାନେ ଦୁର୍ବଳ ବୋଲି ବିବେଚନା କରି ଏପରି କଟକଣା ଲଗାଯାଇଥିବା । କିନ୍ତୁ ଏବେ ଯୁଗ ବଦଳୁଛି । ମହିଳାମାନେ କେଉଁ ଦିଗରେ ମଧ୍ୟ ପୁରୁଷଙ୍କ ଠାରୁ କମ୍ ନୁହେଁ । ତେଣୁ ଭଗବାନଙ୍କୁ ନେଇ ପୁରୁଷ ଓ ମହିଳା ଭିତରେ ଭେଦଭାବ ସମ୍ପୂର୍ଣ୍ଣ ଭୁଲ ।

କାହିଁକି ମହିଳାଙ୍କ ଉପରେ ଲାଗିଥିଲା କଟକଣା ?

କେରଣ ପନ୍ଥନମଥିଟା ଜିଲ୍ଲାରେ ପଶ୍ଚିମ ପାହାଡ଼ିଆ ଅଂଚଳେ ସ୍ଥିତ ସାବରୀମାଳା ମନ୍ଦିର ପ୍ରଶାସକ ସୁପ୍ରିମକୋଟକୁ କହିଥିଲେ ୧୦ରୁ ୫୦ ବର୍ଷ ବୟସର ମହିଳା ମନ୍ଦିରରେ ପ୍ରବେଶ କରିବା ଅନୁଚିତ୍ । କାରଣ ମାସିକ ଧର୍ମ ସମୟରେ ସେମାନେ ନିଜକୁ ଶୁଦ୍ଧ ରଖିପାରିବେ ନାହିଁ । ତେବେ ଏମାମଲାରେ ମହିଳାଙ୍କ ସମର୍ଥନ କରୁଥିଲେ କେରଳ ସରକାର ।