ସୁସ୍ଥ ପରେ ଆପଣଙ୍କ ଦେହରେ ରହୁଛି କି ଏହି ସବୁ ଲକ୍ଷଣ ? ବରିଷ୍ଠ ଡାକ୍ତରଙ୍କ ପରାମର୍ଶ ନମାନିଲେ ଶୀତ ଦିନେ ସ୍ଥିତି ହୋଇପାରେ ସାଙ୍ଘାତିକ…

2,843

କନକ ବ୍ୟୁରୋ: ଚିନ୍ତା ବଢ଼ାଇଲାଣି କୋଭିଡ୍ ପରବର୍ତ୍ତୀ ସମସ୍ୟା । ଶୀତ ଦିନେ କରୋନା କୋପ ଅଧିକ ବଢ଼ିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । କାରଣ ଶୀତ ଦିନେ ପ୍ରଦୂଷଣ ମାତ୍ରା ଅଧିକ ରୁହେ ଯାହା ଫଳରେ ନିଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ହେବ । ଏହାସହ ଶୀତଦିନେ ଭୂତାଣୁ ଜନିତ ରୋଗ ଅଧିକ ସଂଖ୍ୟାରେ ଦେଖାଦେଇଥାଏ ତେଣୁ ଏହି ସମୟରେ ଅଧିକ ସଚେତନ ରହିବାକୁ ପଡ଼ିବ ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ନିରଜ ମିଶ୍ର ।

ଶୀତଦିନେ କେଉଁମାନଙ୍କୁ ବିପଦ କରୋନା?
ଉଚ୍ଚ ରକ୍ତଚାପ
ମେଦ ବହୁଳ ବ୍ୟକ୍ତି
୫୦ ବର୍ଷରୁ ଅଧିକ ବୟସ୍କ
କରୋନା ସୁସ୍ଥ ହୋଇଥିବା ବ୍ୟକ୍ତି

ତେବେ ଏହିମାନଙ୍କୁ ଶୀତଦିନେ ଅଧିକ ସଚେତନ ରହିବାକୁ ପଡ଼ିବ । କୋଭିଡ୍ ରୋଗୀ ସୁସ୍ଥ ହେବା ପରେ କିଛି ନା କିଛି ସମସ୍ୟା ରହୁଛି । ଏପରିକି ଅଳ୍ପ ଲକ୍ଷଣ ଥିବା ବ୍ୟକ୍ତି ହାଲିଆ ହେବା କିମ୍ବା ଥକି ଯିବା ଭଳି ଲକ୍ଷଣ ଦେଖିବାକୁ ମିଳୁଛି । ବୟସ୍କ ବ୍ୟକ୍ତିଙ୍କ ତୁଳନାରେ ଯୁବଗୋଷ୍ଠୀ ସଞ୍ଜମତା ଅବଲମ୍ବନ କରିବାକୁ ବରିଷ୍ଠ ଡାକ୍ତରମାନେ ପରାର୍ଶମ ଦେଇଛନ୍ତି ।