କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ଜମିରେ ବିଡିଏର ପ୍ରକଳ୍ପକୁ ବିରୋଧ । ପ୍ରକଳ୍ପକୁ ବିରୋଧ କରି ମୁଖ୍ୟ ଫାଟକ ନିକଟରେ ପ୍ରତିବାଦ କରିଛନ୍ତି ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରନେତା । ଛାତ୍ରନେତାଙ୍କ ଅଭିଯୋଗ କରିଛନ୍ତି ଯେ ଜଗନ୍ନାଥ ଜମିକୁ ନେବା ପରେ ସରକାର ଏବେ ବିଭିନ୍ନ ବିଶ୍ୱବିଦ୍ୟାଳୟର ଜମିକୁ ହଡ଼ପ କରିବାକୁ ଯୋଜନା କରାଯାଉଛି । ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ପାଖାପାଖି ୨୦ଏକର ଜମି ବିଡିଏକୁ ହସ୍ତାନ୍ତ କରିଛି । ଯଦି ବିଶ୍ୱବିଦ୍ୟାଳୟର ଗାରିମା ନଷ୍ଟ ହୁଏ, ତାହେଲେ ଆଗାମୀ ଦିନରେ ଏହାର ଜୋରଦାର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପୂର୍ବତନ ଛାତ୍ରନେତା । ସେପଟେ ଘଟଣା ସମ୍ବନ୍ଧରେ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଭେଟିଛନ୍ତି ପୂର୍ବତନ ଛାତ୍ରନେତା । କୁଳପତି ଆଶ୍ୱାସନା ଦେଇଛନ୍ତି ଯେ ବିଡିଏକୁ ଜମି ହସ୍ତାନ୍ତର ଘଟଣାର ସମ୍ପୂର୍ଣ୍ଣ ବିବରଣୀ କ’ଣ ରହିଛି, ସେ ବାବଦରେ ଲିଖିତ ଆକାରରେ ଜଣାଯିବ । ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟର ଭିସି, ବିଡିଏ ଟିମ୍ ସହ ହେବାକୁ ଥିବା ବୈଠକରେ କ’ଣ ନିଷ୍କର୍ସ ବାହାରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।